Quantum Mirror

ଆଇପିଏଲ୍ ୨୦୨୦ ପାଇଁ ଟାଇଟଲ ସ୍ପନସର ହେଲା ଡ୍ରିମ-୧୧

ଆଇପିଏଲ୍ ୨୦୨୦ ପାଇଁ ଟାଇଟଲ ସ୍ପନସର ହେଲା ଡ୍ରିମ-୧୧

ଆଇପିଏଲ୍ ୨୦୨୦ ପାଇଁ ଚାଇନାର କମ୍ପାନୀ VIVO ସ୍ଥାନରେ ନୂଆ ସ୍ପନସର ଘୋଷଣା ହୋଇଛି । ଫଟାଫଟ ରୋମାଞ୍ଚ ଆଇପିଏଲକୁ ସ୍ପନସର କରିବ ଡ୍ରିମ-୧୧ । ଆଇପିଏଲ ୨୦୨୦ ପାଇଁ ଚୀନ କମ୍ପାନୀ ଭିଭୋ ସ୍ଥାନରେ ନୂଆ ଟାଇଟଲ ପ୍ରାୟୋଜକ ଘୋଷଣା ହୋଇଛି  । ୟୁଏଇରେ ହେବାକୁ ଥିବା ଚଲିତ ସିଜନ ୧୩ ପାଇଁ ଡ୍ରିମ-୧୧ର ନାଁ ଘୋଷଣା କରିଛି ବିସିସିଆଇ  । ୨୫୦ କୋଟି ଟଙ୍କାରେ ଡ୍ରିମ ୧୧ ଚଳିତ ବର୍ଷର ଆଇପିଏଲ ଟାଇଟଲ ପ୍ରାୟୋଜକ ଅଧିକାର ହାତେଇଛି  । ଏହି ବିଡ ଭିଭୋର ବାର୍ଷିକ ୪୪୦ କୋଟି ଟଙ୍କାଠାରୁ ୧୯୦ କୋଟି କମ  ।

ଅନଏକାଡେମୀ, ଟାଟା ଗ୍ରୁପ ଓ ବାଇଜୁ ମଧ୍ୟ ଟାଇଟଲ ପ୍ରାୟୋଜକ ଦୌଡ଼ରେ ସାମିଲ ଥିଲା  ।  ଅନଏକାଡେମୀ ୨୧୦ କୋଟିର ବିଡ ଦାଖଲ କରିଥିବା ଟାଟା ୧୮୦ କୋଟିର ବିଡ ଦାଖଲ କରିଥିଲା  । ବାଇଜ ମାତ୍ର ୧୨୫ କୋଟି ଟଙ୍କାର ବିଡ ଦାଖଲ କରି ଦୌଡର ଶେଷରେ ଥିଲା  । ଭାରତ ଓ ଚୀନ ମଧ୍ୟରେ ବଢୁଥିବା ବିବାଦ ହେତୁ ବିସିସିଆଇ ଚଳିତ ସିଜନରୁ ଭିଭୋକୁ ହଟାଇ ଦେଇଥିଲା  ।

ଭିଭୋ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପ୍ରାୟୋଜକ ପାଇଁ ୫ ବର୍ଷୀୟା ଚୁକ୍ତି କରିଥିଲା  । ଯେଉଁଥିରେ ପ୍ରତିବର୍ଷ ୪୪୦ କୋଟି ହିସାବରେ ମୋଟ ୨୧୯୦ କୋଟି ଟଙ୍କା ପାଇଁ ଟାଇଟଲ ପ୍ରାୟୋଜକ ଅଧିକାର ହାସଲ କରିଥିଲା  । ଏଥର ଆଇପିଏଲ ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫୩ ଦିନ ଚାଲିବ  । ନଭେମ୍ବର ୧୦ ତାରିଖରେ ଫାଇନାଲ ଖେଳାଯିବ  । କରୋନା ପାଇଁ ଏଥର ଫଟାଫଟ କ୍ରିକେଟର ଏହି ଲିଗ ସେପ୍ଟେମ୍ବରକୁ ଘୁଞ୍ଚାଯାଇଛି  ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×