Quantum Mirror

ଉତ୍ତମ ପ୍ରଜନନ କ୍ଷମତା ନିମନ୍ତେ ଏମିତି ରଖନ୍ତୁ ନିଜ ଖାଦ୍ୟ ପେୟର ଧ୍ୟାନ, ଜାଣନ୍ତୁ କିପରି ?

ଉତ୍ତମ ପ୍ରଜନନ କ୍ଷମତା ନିମନ୍ତେ ଏମିତି ରଖନ୍ତୁ ନିଜ ଖାଦ୍ୟ ପେୟର ଧ୍ୟାନ, ଜାଣନ୍ତୁ କିପରି ?

ବର୍ତ୍ତମାନ ସମୟରେ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟକୁ ନେଇ ବହୁତ ଟେନସନରେ ରହୁଛନ୍ତି। ଏହାର କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ। ଜୀବନର ବଡ ପୁଞ୍ଜି ହେଉଛି ସ୍ୱାସ୍ଥ୍ୟ ଆଉ ମା’ ହେବା ପ୍ରତ୍ୟେକ ମହିଳାଙ୍କ ଜୀବନର ପରମ ସୁଖ। କିନ୍ତୁ ଗର୍ଭଧାରଣ ସମୟରେ ହେଉଥିବା ସମସ୍ୟା ଆପଣଙ୍କ ଖୁସି ଏବଂ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସମୟରେ ଆପଣ କ’ଣ କରିବେ।

  • ଜଲଦି ଗର୍ଭଧାରଣ କରିବା ପାଇଁ ମହିଳାମାନେ ନିଜର ଖାଦ୍ୟରେ ଡ୍ରଏ ଫ୍ରୁଟ ବ୍ୟବହାର କରନ୍ତୁ। ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ ଶରୀରକୁ ଫାଇଦା ଦେଇଥାଏ।
  • ଫଲିକ ଏସିଡ ଯୁକ୍ତ ଖାଦ୍ୟପଦାର୍ଥକୁ ଆପଣ ଆହାରରେ ସାମିଲ କରନ୍ତୁ। ପାଳକ ଶାଗ, ମେଥି ଶାଗ ଇତ୍ୟାଦି ଡାଏଟରେ ସାମିଲ କରନ୍ତୁ। ଏଥିରେ ଭିଟାମିନ ବି ସହିତ ଫଲିକ ଏସିଡ ବି ରହିଥାଏ। ଯାହା ଫର୍ଟିଲିଟିକୁ ଦୃଢ କରିଥାଏ।
  • ସବୁଜ ପନିପରିବା ଖାଇବା ଦ୍ୱାରା ପ୍ରଜନନ କ୍ଷମତା ବଢିଥାଏ। ଏଥିରେ ଥିବା ଆଇରନ, ଫଲିକ ଏସିଡ ଏବଂ ଆଣ୍ଟି ଅକ୍ସିଡାଣ୍ଟ ମହିଳାଙ୍କ ଗର୍ଭଧାରଣ ପାଇଁ ମଧ୍ୟ ସହାୟକ ହୋଇଥାଏ।
  • ହରମୋନାଲ ଆକ୍ଟିଭିଟିକୁ ସୁଧାର ଆଣିବା ପାଇଁ ମ୍ୟାଗ୍ନେସିୟମ ଏବଂ ଭିଟାମିନି ବି ଦରକାର। ତେଣୁ ଏହାକୁ ନିଶ୍ଚିତ ଖାଆନ୍ତୁ।
  • ଗର୍ଭଧାରଣ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ଜିଙ୍କଥିବା ଖାଦ୍ୟ ଖଶଆନ୍ତୁ। ଯାହା ପ୍ରଜନନ କ୍ଷମତା ବଢାଇବା ସହିତ ଭିଟାମିନ ଡି ଦେଇଥାଏ।
  • ଆପଣ ଜଲଦି କନସିଭ କରିବାକୁ ଚାହୁଁଛନ୍ତି, ତେବେ କମଳା, ଷ୍ଟ୍ରବେରୀ, ବ୍ଲୁବେରୀ ଏବଂ କିଓ୍ଵି ଭଳି ଫଳ ପ୍ରତିଦିନ ଖାଆନ୍ତୁ। ଏଥିରେ ଥିବା ଭିଟାମିନ ସି ପ୍ରଜନନ କ୍ଷମତା ବଢାଇଥାଏ।
  • ନିଜ ଖାଦ୍ୟରେ ଗହମ ରୁଟି, ବ୍ରାଉନ ରାଇସ ଏବଂ ବିନ୍ସ ଜରୁରୀ ସାମିଲ କରନ୍ତୁ। ଏହା ପାଚନ ତନ୍ତ୍ରକୁ ମଜବୁତ କରିବା ସହିତ ଫର୍ଟିଲିଟିକୁ ବଢାଇଥାଏ।
Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×