Quantum Mirror

କମିଶନରେଟ ପୋଲିସରେ ଅଦଳବଦଳ

କମିଶନରେଟ ପୋଲିସରେ ଅଦଳବଦଳ

କମିଶନରେଟ ପୋଲିସରେ ଅଦଳବଦଳ। ଆଡିସନାଲ ଡିସିପି ଠାରୁ ଏଏସଆଇ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ହୋଇଛି ଅଦଳବଦଳ। କଟକକୁ ଭୁବନେଶ୍ୱର ଫେରିଛନ୍ତି ଅନେକ ଅଫିସର ସେପଟେ ଭୁବନେଶ୍ୱରରୁ ମଧ୍ୟ କଟକ ଫେରିଛନ୍ତି ଅନେକ ଅଫିସର।

ତେବେ ଭୁବନେଶ୍ୱରରେ ନୟାପଲ୍ଲୀ ଥାନା ଦାୟିତ୍ୱରେ ଭରତ ଚନ୍ଦ୍ର ସାହୁ, ଖାରବେଳନଗର ଥାନା ଦାୟିତ୍ୱରେ ଅରୁଣ କୁମାର ନାୟକ, କ୍ଯାପିଟାଲ ଥାନା ଦାୟିତ୍ବରେ ଭରତ ଚରଣ ସାହୁ, ଲକ୍ଷ୍ମୀସାଗର ଥାନା ଦାୟିତ୍ୱରେ ଗିରିଜା ଭୂଷଣ ଚକ୍ରବର୍ତ୍ତି । ସେହିପରି ଦୟା ନାୟକଙ୍କୁ ଧଉଳି ଥାନା ଦାୟିତ୍ୱ , କଟକରୁ ଖଣ୍ଡଗିରିକୁ ଫେରିଛନ୍ତି ପଦ୍ନନାଭ ପ୍ରଧାନ, ଶହୀଦନଗର ଥାନା ଦାୟିତ୍ୱରେ ହିମାଂଶୁ ଭୂଷଣ ସ୍ବାଇଁ । ଅପରପକ୍ଷେ ଦୀପକ କୁମାର ମିଶ୍ରଙ୍କୁ ଏୟାରଫିଲଡ ଥାନା ଦାୟିତ୍ୱ, ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ତମାଣ୍ଡୋ ଥାନା, ବିଶ୍ୱରଂଜନ ନାୟକଙ୍କୁ ବଡଗଡ ଥାନା, ବିଶ୍ୱରଂଜନ ସେନାପତିଙ୍କୁ ନନ୍ଦନକାନନ ଥାନା ଦାୟିତ୍ୱ ମିଳିଛି।

ଅଞ୍ଜଳି ଛୋଟରାୟଙ୍କୁ ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନା ଦାୟିତ୍ୱ ମିଳିଛି। ତେବେ କଟକ ବାଦାମବାଡି ଥାନାକୁ ବଦଳି ହୋଇଛନ୍ତି ରଶ୍ମିରଂଜନ ମହାପାତ୍ର, ବିରଞ୍ଚି ନାରାୟଣ ପତିଙ୍କୁ ଚୌଦ୍ବାର ଓ ରବିନ୍ଦ୍ରନାଥ ମେହେରଙ୍କୁ ଜଗତପୁର ଓ ପ୍ରଦୀପ କିଶୋର ନାୟକଙ୍କୁ ମର୍କତନଗର ଥାନା ଦାୟିତ୍ୱ ମିଳିଛି। ସେହିପରି ଏସଆଇ ଓ ଏଏସଆଇଙ୍କୁ ମଧ୍ୟ ନୂଆ ଥାନା ଓ କମିଶନରେଟ ହେଡକ୍ବାର୍ଟରରେ ଦାୟିତ୍ୱ ମିଳିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×