Quantum Mirror

ଭାରତକୁ ମିଳିବ ପ୍ରଥମ କରୋନୀ ଟୀକା ୭୩ ଦିନ ଭିତରେ

ଭାରତକୁ ମିଳିବ ପ୍ରଥମ କରୋନୀ ଟୀକା ୭୩ ଦିନ ଭିତରେ

ନୂଆଦିଲ୍ଲୀ :  ଭାରତକୁ ମିଳିବ ପ୍ରଥମ କୋଭିଡ୍‌ ଟୀକା କୋଭିସିଲ୍‌ଡ ଦୀର୍ଘ ୭୩ ଦିନରେ ।  ଦ ନ୍ୟାସନାଲ ଇମ୍ୟୁନାଇଜେସନ୍‌ ପ୍ରୋଗ୍ରାମ ଅଧୀନରେ ଭାରତୀୟଙ୍କୁ ଟିକା ମାଗଣାରେ ଦିଆଯିବ । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡି ଟୀକା ବଜାରରେ ଉପଲବ୍ଧ ହେବ ।  ଅଗ୍ରାଧିକାର ଭିତ୍ତିରେ ଟିକା ଉତ୍ପାଦନ ପାଇଁ ସେରମ ଇଣ୍ଡିଆକୁ ସରକାର ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଛନ୍ତି । ଫଳରେ ଫାଷ୍ଟଟ୍ରାକ ଭିତ୍ତିରେ ଟିକାର ଟ୍ରାଏଲ ହେବ ଏବଂ ୫୮ଦିନରେ ଟ୍ରାଏଲ ସରିବ। ଏହି ଟିକାକୁ ଭାରତ ସମେତ ୯୨ ଦେଶକୁ ଦେବ ସେରମ ।

ଭାରତକୁ ମିଳିବାକୁ ଥିବା ପ୍ରଥମ କୋଭିଡ୍‌ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇସାରିଛି। ଏହାର ୨୯ଦିନ ପରେ ଦ୍ୱିତୀୟ ଡୋଜ୍‌ ଦିଆଯିବ। ତାର ୧୫ଦିନ ପରେ ପରୀକ୍ଷଣର ତଥ୍ୟ ମିଳିବ। ଏହାରି ଭିତରେ ଟିକାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ଅନୁମାନ କରାଯାଉଥିଲା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ୭ରୁ ୮ମାସ ଲାଗିବ। ବର୍ତ୍ତମାନ ସ୍ୱତନ୍ତ୍ର ଅନୁମତି ପରେ ହୋ ୭୩ଦିନ ଭିତରେ ସରିବ। ଗତକାଲି ଦେଶର ୧୭ଟି କେନ୍ଦ୍ରରେ ୧୬୦୦ ଭଲ୍ୟୁଣ୍ଟରଙ୍କୁ ନେଇ ପରୀକ୍ଷଣ ଆରମ୍ଭ ହୋଇସାରିଛି। ୨୦୨୧ ଜୁନ୍‌ ଭିତରେ ସେରମଠୁ ୬୮କୋଟି ଟିକା କିଣିବେ ଭାରତ ସରକାର ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×