Quantum Mirror

ମାସିକ ଋତୁସ୍ରାବ ବିଳମ୍ବ କିମ୍ବା ଅନିୟମିତତାର ହୋଇପାରେ ଅନେକ କାରଣ : କରନ୍ତୁନି ଅଣଦେଖା

ମାସିକ ଋତୁସ୍ରାବ ବିଳମ୍ବ କିମ୍ବା ଅନିୟମିତତାର ହୋଇପାରେ ଅନେକ କାରଣ : କରନ୍ତୁନି ଅଣଦେଖା

ମାସିକ ଋତୁସ୍ରାବ ମହିଳାମାନଙ୍କ ସ୍ୱାଭାବିକ ପ୍ରକ୍ରିୟା | ନିୟମିତ ମାସିକ ଋତୁସ୍ରାବ ସଂକେତ ଦେଇଥାଏ ଯେ ଶରୀରର ମହତ୍ଵପୁର୍ଣ ଅଙ୍ଗ ଠିକ କାମ କରୁଛି | ହର୍ମୋନ ସ୍ଥର ବଢିବା ଓ କମିବା ମାସିକ ଋତୁଚକ୍ରକୁ ନିୟନ୍ତ୍ରଣ କରିଥାଏ | ସମାନ ଅନ୍ତରାଳରେ ମାସିକ ଋତୁସ୍ରାବ ହେବା ସ୍ୱାଭାବିକ ବୋଲି କୁହାଯାଏ |

ଡାକ୍ତରଙ୍କ କହିବାନୁଯାୟୀ, ମାସିକ ଋତୁସ୍ରାବ  ଅନିୟମିତତା ଚିନ୍ତାଜନକ ନୁହେଁ |ଏ ସମ୍ପର୍କରେ ମହିଳାମାନେ ଜାଣିବା ଆବଶ୍ୟକ | ଏହାର କିଛି କାରଣ ହୋଇଥାଇପାରେ |

ଓଭାରି ଶିଷ୍ଟ – ଓଭାରି ଶିଷ୍ଟ ଅନିୟମିତ ମାସିକ ଋତୁସ୍ରାବ  ଏକ ବଡ କାରଣ | ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ ପ୍ରଜନନ କ୍ଷମତା କମ ହେବାସହ ଜଡିତ | ଏଠାରେ ମହିଳାଙ୍କ ଶରୀର ପୁରୁଷ ହର୍ମୋନ ଉତ୍ପାଦନ ଆରମ୍ଭ କରିଥାଏ ଏବଂ ଏହାର ପରିଣାମ ସ୍ୱରୂପ ଅନିୟମିତ ଋତୁସ୍ରାବ ହୋଇଥାଏ |  ଅସାମାନ୍ୟ କିମ୍ବା ଅଧିକ ସମୟ ଯାଏଁ ମାସିକ ଋତୁସ୍ରାବ ନ ହେଲେ ମୁହଁରେ ଏବଂ ଶରୀରରେ ଅତ୍ୟଧିକ ଚୁଟି ବିକାଶ ହୋଇଥାଏ, ଓଜନ ବଢିଥାଏ, ମୁହଁରେ ବ୍ରଣ ହୋଇଥାଏ, ତ୍ୱଚା ତେଲିଆ ହୋଇଥାଏ | ଏହିସବୁ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମର ଲକ୍ଷଣ | ଏହାର ଚିକିତ୍ସା କରାଇବା ଜରୁରୀ |

ଅଧିକ ଚିନ୍ତା ବା ଅବସାଦ ମାସିକ ଋତୁସ୍ରାବ ଚକ୍ରକୁ ଅନିୟମିତ କରିଥାଏ | ଅବସାଦ ଯୋଗୁଁ ଶରୀରରେ ହର୍ମୋନ ପ୍ରଭାବିତ ହୋଇଥାଏ | ସେଥିପାଇଁ ଅବସାଦର ପରିଚାଳନା କରିବା ଆବଶ୍ୟକ | ଏହା ନକଲେ ମହିଳାଙ୍କୁ ଅନେକ ଅସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ |

ଡାକ୍ତରଙ୍କ କହିବାନୁଯାୟୀ, ଅଧିକ ଓଜନ ବଢିବା ମହିଳାଙ୍କ ପାଇଁ ଅସ୍ୱାସ୍ଥ୍ୟକର | ଅତିରିକ୍ତ ଓଜନ କାରଣରୁ ହର୍ମୋନ ପ୍ରଭାବିତ ହୋଇଥାଏ | ଓଜନ ବଢିବା ଦ୍ୱାରା ଗର୍ଭ ଧାରଣରେ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ମାସିକ ଋତୁସ୍ରାବ ମଧ୍ୟ ଅନିୟମିତ ହୋଇଥାଏ | ଫଳରେ ମାସିକ ଋତୁସ୍ରାବ ବିଳମ୍ବ ହୋଇଥାଏ | ସେଥିପାଇଁ ନିଜକୁ ଫିଟ ରଖିବାକୁ ନିୟମିତ ବ୍ୟାୟାମ କରିବା ଉଚିତ |

ମହିଳା ବ୍ୟବହାର କରୁଥିବା ଗର୍ଭ ନିରୋଧକ ବଟିକା ମାସିକ ଋତୁଚକ୍ରକୁ ପ୍ରଭାବିତ କରିପାରନ୍ତି | ଏହି ବଟିକା ଅଣ୍ଡାସୟର ଅଣ୍ଡାକୁ ରିଲିଜ ହେବାରେ ରୋକିଥାଏ | ବେଳେବେଳେ ଆଣ୍ଟିଡେପ୍ରେସାଣ୍ଟର ସେବନ କରିବାରୁ ମାସିକ ଧର୍ମରେ ବିଳମ୍ବ ହୋଇଥାଏ | ଏହା ମଧ୍ୟ ଅନିୟମିତତାର କାରଣ ହୋଇପାରେ |

(ବି: ଦ୍ର : ଏହା ସାଧାରଣ ଟାହ୍ୟା ଉପରେ ଆଧାରିତ | କୌଣସି ସମସ୍ୟା ଥିଲେ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ | ବିଶେଷଜ୍ଞଙ୍କ ବିନା ପରାମର୍ଶରେ  କୌଣସି ପଦକ୍ଷେପ ନିଅନ୍ତୁ ନାହିଁ |)

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×