Quantum Mirror

ସଲମାନ୍‌ ଖାନ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର

ସଲମାନ୍‌ ଖାନ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର

ପୋଲିସ ହେପାଜତରେ ଥିବା ଏକ ଶାର୍ପ ସୁଟର କହିବା ଅନୁସାରେ ସଲମାନ ଖାନଙ୍କ ହତ୍ୟା ଷଡ଼ଯନ୍ତ୍ର ଚାଲିଥିଲା। ସେ କହିଥିଲା ଯେ ଲକଡାଉନ୍ ଯୋଗୁଁ ଏହି ଷଡ଼ଯନ୍ତ୍ର ସଫଳ ହୋଇପାରିନଥିଲା। ଏହି ଷଡ଼ଯନ୍ତ୍ର ହରିୟାଣା,ପଞ୍ଜାବ ଏବଂ ରାଜସ୍ଥାନର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଗ୍ୟାଙ୍ଗ ରଚିଥିଲା। ଗ୍ୟାଙ୍ଗର ଶାର୍ପ ସୁଟର ରାହୁଲ ଓରଫ ସାଙ୍ଗା ଓରଫ ବାବାକୁ ଫରିଦାବାଦ  ପୋଲିସ୍ ଅଗଷ୍ଟ ୧୫ତାରିଖରେ ଉତ୍ତରାଖଣ୍ଡରୁ ଗିରଫ କରିଥିଲା।ପୋଲିସର କହିବା ଅନୁସାରେ,ଲରେନ୍ସ ବିଶ୍ନୋଇ ସଲମାନଙ୍କ ହତ୍ୟା ଦାୟିତ୍ବ ରାହୁଲକୁ ଦେଇଥିଲା। ରାହୁଲ ଏବର୍ଷ ଜାନୁୟାରୀ ମାସରେ ମୁମ୍ବାଇ ଯାଇଥିଲା। ସେଠାରେ ସେ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ବଙ୍ଗଳା ନିକଟରେ ୩ଦିନ ଯାଏଁ ଛକିଥିଲା। ପୋଲିସ୍ ଜୁନ୍ ୨୪ତାରିଖରେ ଫରିଦାବାଦରେ ହୋଇଥିବା ଜଣେ ଯୁବକଙ୍କ ହତ୍ୟାର ତଦନ୍ତ କରୁଥିବାବେଳେ ଶାର୍ପ ସୁଟର ରାହୁଲ ଯାଏଁ ପହଞ୍ଚିଥିଲା। ରାହୁଲ ପ୍ରବୀଣ ନାମକ ଯୁବକଙ୍କ ହତ୍ୟା କରିଥିଲା। ଗ୍ୟାଙ୍ଗର ୪ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯାଇଛି।

ଡିସିପିଙ୍କ କହିବା ଅନୁସାରେ ଶାର୍ପ ସୁଟର ପଚରାଉଚୁରାରେ ସଲମାନଙ୍କ ହତ୍ୟା ଷଡ଼ଯନ୍ତ୍ରର ଖୁଲାସା କରିଥିଲେ। ସେ କହିଥିଲା ଯେ ତାକୁ ଯୋଧପୁର ଜେଲରେ ବନ୍ଦ ଥିବା କୁଖ୍ୟାତ ଲରେନ୍ସ ବିଶ୍ନୋଇ ମୁମ୍ବାଇ ଯାଇ ସଲମାନ ଖାନଙ୍କୁ ଶେଷ କରିବାକୁ ଟାର୍ଗେଟ୍ ଦେଇଥିଲା। କିନ୍ତୁ ଏହା ପୂର୍ବରୁ ଲକଡାଉନ୍ ହୋଇଯାଇଥିଲା। ୨୦୧୯ମସିହା ଡିସେମ୍ବରରେ ରାହୁଲ ଓରଫ ବାବା ଦିଲ୍ଲୀରୁ କୁଖ୍ୟାତ ନରେଶ ଶେଟ୍ଟୀକୁ ପୋଲିସ ଆଖିରେ ଲଙ୍କାଗୁଣ୍ଡ ପକାଇ ପୋଲିସ୍ କବଳରୁ ମୁକୁଳାଇଥିଲା। ଲରେନ୍ସ ବିଶ୍ନୋଇ କଳା ହରିଣ ଶିକାରକୁ ନେଇ ସଲମାନ ଖାନଙ୍କୁ ପୂର୍ବରୁ ହତ୍ୟା କରିବାକୁ ଧମକ ଦେଇଥିଲା। ଏହା ପଛରେ କାରଣ ହେଉଛି ରାଜସ୍ଥାନର ବିଶ୍ନୋଇ ସମାଜ କଳା ହରିଣକୁ ପୂଜା କରନ୍ତି। ସଲମାନ ଖାନଙ୍କ ବିରୋଧରେ କଳା ହରିଣ ମାରିବାର ଯେଉଁ ଅଭିଯୋଗ ହୋଇଥିଲା ତାହାର ମୋକଦ୍ଦମା ମଧ୍ୟ ବିଶ୍ନୋଇ ସମାଜ ଲଢ଼ୁଛି। ଲରେନ୍ସ ନିଜେ ବିଶ୍ନୋଇ ସମାଜର। ଏଥିପାଇଁ ଲରେନ୍ସର ସଲମାନ ଖାନଙ୍କ ସହ ଶତ୍ରୃତା ରହିଛି। ୨୦୧୮ମସିହା ଜୁନ୍ ମାସରେ ମଧ୍ୟ ଲରେନ୍ସ ନିଜ ଡାହାଣ ହାତ ବୋଲାଉଥିବା କୁଖ୍ୟାତ ଡନ୍ ସମ୍ପତ୍ତ ନେହେରାକୁ ମଧ୍ୟ ସଲମାନଙ୍କ ଖାନଙ୍କୁ ମାରିବାକୁ ଟାର୍ଗେଟ୍ ଦେଇଥିଲା କିନ୍ତୁ ସେ ମଧ୍ୟ ଏଥିରେ ବିଫଳ ହୋଇଥିଲା। ପୋଲିସ୍ ଏବେ ରାହୁଲକୁ ପଚରାଉଚୁରା କରି ମୁମ୍ବାଇ ପୋଲିସକୁ ସମସ୍ତ ସୂଚନା ଦେବ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×