Quantum Mirror

କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ଦରକାର, କଂଗ୍ରେସର ସଭାପତି ପଦ ଛାଡିବେ ସୋନିଆ ଗାନ୍ଧୀ

କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ଦରକାର, କଂଗ୍ରେସର ସଭାପତି ପଦ ଛାଡିବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ ୨୩।୦୮: ୨୩ରୁ ଅଧିକ ବରିଷ୍ଠ କଂଗ୍ରେସ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଦଳରେ ସଂସ୍କାର ବାବଦରେ ଦାବି କରିଛନ୍ତି। ଏବେ ଖବର ଆସିଛି ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ସଭାପତି ପଦ ଛାଡିବେ। ଦୀର୍ଘ ଦିନରୁ କଂଗ୍ରେସରେ ପୂର୍ଣ୍ଣକାଳୀନ ସଭାପତି ପଦ ପାଇଁ ଦାବି ହୋଇ ଆସିଛି। ଇଣ୍ଡିଆ ଟୁଡେର ସୂତ୍ର ଅନୁଯାୟୀ ସୋନିଆ ଗାନ୍ଧୀ ପାର୍ଟି ସହଯୋଗୀଙ୍କୁ କହିଛନ୍ତ ସେ ଅନ୍ତରୀଣ ସଭାପତି ଭାବେ ନିଜର ଏକ ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି। ତାଙ୍କୁ ପାର୍ଟିର ସଭାପତି ପଦରୁ ହଟିବା ଉଚିତ୍ ଏବଂ ପାର୍ଟିକୁ ନୂତନ ସଭାପତି ଚୟନ କରିବା ଉଚିତ୍ ବୋଲି ସୋନିଆ ଗାନ୍ଧୀ ପରାମର୍ଶ ଦେଇଛନ୍ତି।

ଦୀର୍ଘ ସମୟରୁ କଂଗ୍ରେସରେ ସାଂଗଠନିକସ୍ତରରେ ପରିବର୍ତ୍ତନ ନେଇ ଦାବି ହୋଇ ଆସୁଛି। ଦଳର ସଭାପତି ପଦକୁ ନେଇ ପାର୍ଟି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିବା ଦେଖିବାକୁ ମିଳିଛି। ଗୋଟିଏ ଗୋଷ୍ଠୀ ପାର୍ଟିର ଅଧ୍ୟକ୍ଷ ପଦ ସହିତ ସଂଗଠନରେ ବଡ ଧରଣର ପରିବର୍ତ୍ତନ ଦାବି କରୁଥିବା  ବେଳେ ଅନ୍ୟପଟେ ଆଉ ଏକ ଗୋଷ୍ଠୀ ସଭାପତି ପରିବର୍ତ୍ତନ ଦାବିକୁ ନାପସନ୍ଦ କରିଛନ୍ତି।

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି)ର ବୈଠକ ସୋମବାର ହେବାକୁ ଯାଉଛି। ସୂତ୍ର ଅନୁଯାୟୀ ଏହି ବୈଠକକୁ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ପାଇଁ ଡକାଯାଇଛି। ଆଶା କରାଯାଉଛି ବୈଠକରେ ସୋନିଆ ପଦ ଛାଡିବା ନେଇ ନିଜର ଇଚ୍ଛାକୁ ପୁଣି ଥରେ ଦୋହରାଇବେ ଏବଂ ସଦସ୍ୟଙ୍କୁ ପାର୍ଟି ପାଇଁ ନୂତନ ସଭାପତି ଚୟନ କରିବାକୁ କହିବେ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଏହି ପତ୍ର ବିଜେପିର ଶକ୍ତି ବୃଦ୍ଧିକୁ ଇସାରା କରୁଛି । ଦେଶର ଯୁବକମାନେ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍ ଦେଉଛନ୍ତି । କଂଗ୍ରେସକୁ କ୍ଷତି ହେଉଛି । ଯୁବକଙ୍କ ଭରସା ହରାଇଛି କଂଗ୍ରେସ । ନେତାମାନେ ଦଳରେ ପୂର୍ଣ୍ଣକାଳୀନ ଓ ପ୍ରଭାବୀ ନେତୃତ୍ୱ ଉପରେ ଜୋର୍ ଦେଇଛନ୍ତି ।ପତ୍ରରେ ଆହୁରି କୁହାଯାଇଛି ଯେ, ଲୋକସଭା ନିର୍ବାଚନ ହାରିବା ପରେ ଦଳ ଲଗାତାର ଭାବେ ଦୁର୍ବଳ ହେଉଛି । କାରଣ ସମ୍ବନ୍ଧରେ ଆତ୍ମନିରୀକ୍ଷଣ କରାଯାଉ ନାହିଁ । ଏନେଇ ସୋମବାର ସିଡବ୍ୟୁସିସି ବୈଠକରେ ଆଲୋଚନା କରାଯିବ ବୋଲି ଅନୁମାନ କରାଯାଉଛି ।

କଂଗ୍ରେସ ନେତା ସଞ୍ଜୟ ନିରୂପମଙ୍କ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗାନ୍ଧୀ ପରିବାରର ନେତୃତ୍ଵକୁ ଚ୍ୟାଲେଞ୍ଜ କରିବାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଏହି ସମୟ ସଭାପତି ପଦ ପରିବର୍ତ୍ତନ ପ୍ରସଙ୍ଗକୁ ଉଠାଇବା ଉଚିତ୍ ନୁହେଁ। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି(ବିଜେପି)ର ନେତୃତ୍ଵାଧୀନ ଏନଡିଏ ସରକାର ବିରୋଧରେ ମଜବୁତ ବିରୋଧୀର ଆବଶ୍ୟକତା ରହିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×