Quantum Mirror

ଗତକାଲି ଦୁଇଟି ଟୀକାକୁ DCGI ଅନୁମୋଦନ ଦେବା ପରେ DMET ନିର୍ଦେଶକ ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା

ଗତକାଲି ଦୁଇଟି ଟୀକାକୁ DCGI ଅନୁମୋଦନ ଦେବା ପରେ DMET ନିର୍ଦେଶକ ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା

କେନ୍ଦ୍ର ସରକାର ଆମକୁ ଟୀକା ଦେବା ପରେ, ତତକ୍ଷଣାତ ଟୀକାକାରଣ କରିବୁ। ପ୍ରାଥମିକ ସ୍ତରରେ ପ୍ରସ୍ତୁତ ହୋଇଥିବା database ଅନୁସାରେ, ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ପାଇଁ ଆମେ କେନ୍ଦ୍ର ପାଖରେ ଦାବି କରିଛୁ। ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ database ପରବର୍ତ୍ତି ପର୍ଯ୍ୟାୟରେ ପ୍ରସ୍ତୁତ ହେବ। ଗତ ବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Serum Institute CEOଙ୍କ ସହ କଥା ହୋଇ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। Serum ପାଖରେ 5 କୋଟି ଟୀକା ଥିବାରୁ ଦିନେ ଦୁଇ ଦିନ ଭିତରେ ବିତରଣ ଆରମ୍ଭ କରିପାରେ। Serum Instituteର Covisildର ଗୁଣବତ୍ତା 70ରୁ 90 ପ୍ରତିଶତ। Bharat Biotechର Covaksinର ଗୁଣବତ୍ତା 90ରୁ 95 ପ୍ରତିଶତ ବୋଲି ବିଶେଷଜ୍ଞ କହୁଛନ୍ତି।

ଜନସ୍ବାସ୍ଥ୍ୟ ନିର୍ଦେଶକ ଡ଼ାକ୍ତର ନିରଂଜନ ମିଶ୍ରଙ୍କ ପ୍ରତିକ୍ରିୟା: ପ୍ରାଥମିକ ପର୍ଯ୍ୟାୟରେ 3.27 ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଆହୁରି ଅଧିକ ପ୍ରସ୍ତୁତ ହେବ। କହି ହେବନି କେବେ ସୁଦ୍ଧା ଟୀକା ଆସିବ। ହେଲେ ଆସିବା ମାତ୍ରେ, ଆମେ ଦେବୁ। ଦୁଇଟି ଟିକାକୁ DCGIର ଅନୁମୋଦନ ପରେ Drugs controllerଙ୍କ ପ୍ରତିକ୍ରିୟା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଟୀକାକରଣ କରାଯିବ। କିନ୍ତୁ ଘରୋଇ ବିକ୍ରି ନେଇ drugs controller ର ଭୂମିକା ରହିବ। କିନ୍ତୁ ଏ ପର୍ଯ୍ୟନ୍ତ ସେନେଇ କୌଣସି guideline ମିଳିନାହିଁ। Guideline ଆସିବା ପରେ ଘରୋଇ ଭାବେ ବିତରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×