Quantum Mirror

ଆଜି ଓଡିଶାରେ ୧୧,୬୨୩ ପଜିଟିଭ ଚିହ୍ନଟ

ଆଜି ଓଡିଶାରେ ୧୧,୬୨୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୬୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୫୦୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୧୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୬,୦୦୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୧,୧୦,୩୭୩ ଥିବା ବେଳେ ୬,୧୨,୯୯୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୯୮ ଜଣ,ଅନୁଗୁଳରୁ ୮୨୩ ଜଣ, ସୁନ୍ଦରଗଡ଼ରୁ  ୬୯୯ ଜଣ,ଯାଜପୁରରୁ ୫୬୦ ଜଣ, ବାଲେଶ୍ବରରୁ ୫୦୮ ଜଣ, ଭଦ୍ରକରୁ ୪୬୧ ଜଣ, ପୁରୀରୁ ୪୬୨ ଜଣ, ଢ଼େଙ୍କାନାଳରୁ ୪୪୧ ଜଣ, , ନୟାଗଡ଼ରୁ ୫୧୬ ଜଣ,କଳାହାଣ୍ଡିରୁ ୩୫୨ ଜଣ, ସମ୍ବଲପୁରରୁ ୩୪୨ ଜଣ, ଜଗତସିଂହପରୁ ୩୧୫ ଜଣ,ନବରଙ୍ଗପୁରରୁ ୩୦୦ ଜଣ,ସୋନପୁରରୁ ୨୬୧ ଜଣ, ବରଗଡ଼ରୁ ୨୫୭ ଜଣ, ମୟୂରଭଞ୍ଜରୁ ୨୪୯ ଜଣ,ରାୟଗଡ଼ାରୁ ୨୨୩ ଜଣ, କୋରାପୁଟରୁ ୨୧୮ ଜଣ, ବୌଦ୍ଧରୁ ୨୦୬ ଜଣ, କେନ୍ଦ୍ରପଡ଼ାରୁ ୧୯୮ ଜଣ, ବଲାଙ୍ଗୀରରୁ ୧୭୦ ଜଣ, ଗଞ୍ଜାମରୁ ୧୫୮ ଜଣ, କନ୍ଧମାଳରୁ ୧୪୧ ଜଣ,କେନ୍ଦୁଝରରୁ ୧୩୩ ଜଣ,  ଝାରସୁଗୁଡ଼ାରୁ ୧୮୪ ଜଣ, ଗଞ୍ଜାମରୁ ୧୫୮ଜଣ,ଦେବଗଡ଼ରୁ ୮୬ ଜଣ, ଗଜପତିରୁ ୭୬ ଜଣ,ମାଲକାନଗିରିରୁ ୭୩ ଜଣ,ନୂଆପଡ଼ାରୁ ୫୪ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୩୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×