ଗୋଆରେ ଦ୍ରୁତ ଗତିରେ ବଢିଚାଲିଛି କରୋନା ମହାମାରୀ । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଗୋଆରେ କରୋନା କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମେ’୯ ରୁ ୨୩ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ । ଏହି ସମୟ ମଧ୍ୟରେ ଚିକିତ୍ସା ସାମଗ୍ରୀ ସହିତ ଆବଶ୍ୟକ ସେବାଗୁଡିକ ଅନୁମତି ଦିଆଯିବ । ସକାଳ ୭ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ରାସନ ଦୋକାନ ଖୋଲିବ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ‘କର୍ଫ୍ୟୁ ସମୟରେ ମେଡିକାଲ ସପ୍ଲାଇ କାର୍ଯ୍ୟକ୍ଷମ ହେବ । ଏଥିସହ ଘରୋଇ ସାମଗ୍ରୀ ଦୋକାନ ସକାଳ ୭ ଟାରୁ ୧ ଟା ପର୍ଯ୍ୟନ୍ତ ଖୋଲିବ । ଏହା ବ୍ୟତୀତ ରେଷ୍ଟୁରାଣ୍ଟଗୁଡିକ ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଟେକ୍ୱେ ଅର୍ଡର ନେଇପାରିବେ ।’ ଖୁବ ଶୀଘ୍ର ଏ ସମ୍ପର୍କରେ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ