ଭୁବନେଶ୍ୱର,୨୪ ।୧୦: ଆଜି ୧୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ସୁନ୍ଦରଗଡ, ମୟୂରଭଞ୍ଜ ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ବୌଦ୍ଧ, ବରଗଡ, ପୁରୀ, ଝାରସୁଗୁଡା, କନ୍ଧମାଳ, ସମ୍ବଲପୁର, ଗଜପତି, ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Regret to inform the demise of fifteen #COVID19 positive patients while under treatment in hospitals.
1.A 60-year old male of Angul district.
2.A 51-year old male of Boudh district who was also suffering from Hypertension & Diabetes Mellitus.— H & FW Dept Odisha (@HFWOdisha) October 24, 2020