Quantum Mirror

ଓଡିଶାରେ ପହଞ୍ଚିଲା ଅଢେଇ ଲକ୍ଷ କୋଭିସିଲ୍ଡ ଟିକା

ଓଡିଶାରେ ପହଞ୍ଚିଲା ଅଢେଇ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର,୧୦ ।୪: ରାଜ୍ୟ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । କରୋନା ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆଜି ଓଡିଶାରେ ପହଞ୍ଚିଛି ଅଢେଇ ଲକ୍ଷ କୋଭିସିଲ୍ଡ ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିସାରିଛି ଟିକା । ପହଞ୍ଚିବା ପରେ ଜିଲ୍ଲାଗୁଡିକୁ ଟିକା ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାଗୁଡିକରୁୁ ଟିକା ଗାଡି ଆସି ଭୁବନେଶ୍ୱରରେ ମଧ୍ୟ ପହଞ୍ଚି ସାରିଛି । ଆସନ୍ତାକାଲିଠାରୁ ୧୪ ଏପ୍ରିଲ ଯାଏଁ ‘ଟିକା ଉତ୍ସବ’ ପାଳନ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।ତେବେ ଟିକା ନେଲେ ବି କରୋନା ହେବାର ସମ୍ଭାବନା ରହିଛି । କିନ୍ତୁ ରୋଗୀଙ୍କୁ ସିରିଅସନେସରୁ ରୋକିବ ଟିକା । ଟିକା ଅଭାବ ଯୋଗୁଁ ୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ସେହି ୨ଟି ଜିଲ୍ଲା ଯଥା- ସୋନପୁର ଓ କୋରାପୁଟରେ ଟୀକାକରଣ ବନ୍ଦ ରହିଥିଲା ବୋଲି ଗତକାଲି ବିଜୟ ପାଣିଗ୍ରାହୀ କହିଥିଲେ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×