ଛତିଶଗଡ଼ ବିଜାପୁରରେ ୨ ଯବାନ ସହିଦ। ସେମାନେ ହେଲେ କନଷ୍ଟେବଳ ଭରତ ସାହୁ ଓ ସତ୍ଯେର ସିଂ କାଙ୍ଗେ। ନକ୍ସଲ ଦମନ ଅପରେସନ ବେଳେ ସେମାନେ ହୋଇଛନ୍ତି ସହିଦ। ଗତ ୧୭ ତାରିଖରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ସହ ସୁରକ୍ଷା ବାହିନୀ ଫେରୁଥିବାବେଳେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ ହୋଇଥିଲେ। ଏହି ଘଟଣାରେ ୪ ଯବାନ ଆହତ ହୋଇଛନ୍ତି। ବିଜାପୁର, ଦାନ୍ତେୱାଡା ଏବଂ ସୁକମାରେ ନକ୍ସଲ ଥିବା ନେଇ ସୂଚନା ମିଳିବା ପରେ ଏସଟିଏଫ୍, ଡିଆରଜି, କୋବ୍ରା, CRPF ଯବାନମାନେ ସେଠାରେ ସର୍ଚ୍ଚ ଅପରେସନ କରିଥିଲେ। ବିସ୍ଫୋରଣ ପରେ ସେଠାକୁ ଅତିରିକ୍ତ ସୁରକ୍ଷା ବାହିନୀ ପଠାଯାଇଛି ଏବଂ ଆହତ ଏସଟିଏଫ ଯବାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ