Quantum Mirror

ଆଜି ରାଜ୍ୟରେ ଆଉ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ଆଜି ରାଜ୍ୟରେ ଆଉ ୨୧୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୯୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୮୫୩୦କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୮୭୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତକାଲି ସୁସ୍ଥ ହୋଇଥିଲେ ୧୭୭୩ ଜଣ ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୧୩୦୨୭୧୧। ମୋଟ ଆକ୍ରାନ୍ତ ୭୮୫୩୦ କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ହେଲେଣି ୫୨୨୭୬ ଜଣ ଏବଂ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୨୫୭୯୨ ଜଣ। ବିଭାଗ ଅନୁଯାୟୀ ଆଜି ରେକର୍ଡ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୬ ଜଣ ଅଛନ୍ତି। ସେହି ପରି ଗଞ୍ଜାମ ଜିଲ୍ଲାରୁ ୨୬୫, ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକ ଜିଲ୍ଲାରୁ ୧୪୪, ନୟାଗଡରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ଵରରୁ ୯୦, ପୁରୀରୁ ୮୪, ମାଲକାନଗିରିରୁ ୮୦, ସମ୍ବଲପୁରରୁ ୬୮, ରାୟଗଡାରୁ ୬୮ ଆକ୍ରାନ୍ତ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

ସେହି ପରି ମୟୂରଭଞ୍ଜ ଜିଲ୍ଲାରୁ ୫୬, ଗଜପତିରୁ ୫୦, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୪, ଢେଙ୍କାନାଳରୁ ୨୩, କେନ୍ଦୁଝରରୁ ୨୩, କଳାହାଣ୍ଡିରୁ ୧୯, ଅନୁଗୁଳରୁ ୧୮, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରରୁ ୧୪, ଝାରସୁଗୁଡାରୁ ୧୩, ନବରଙ୍ଗପୁରରୁ ୯, ବୌଦ୍ଧରୁ ୬ ଓ ସୋନପୁରରୁ ୧ କରୋନାରୁ ମୁକ୍ତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟରେ ୨୪ ଘଣ୍ଟାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟାରେ ୨୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୩୦କୁ ବୃଦ୍ଧି ଘଟିଛି। ସେହି ପରି ୧୦ ଜଣଙ୍କ ମୃତ୍ୟୁ ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୯ରେ ପହଞ୍ଚିଛି। ଆଜି ସୁସ୍ଥ ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ଆରୋଗ୍ୟକାରୀଙ୍କ ସଂଖ୍ୟା ୫୪୪୦୫କୁ ବୃଦ୍ଧି ଘଟିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×