Quantum Mirror

୩ ସୁରକ୍ଷାକର୍ମୀ ଆହତ

ଜାମ୍ମୁ-କାଶ୍ମୀର କୁପୱାଡ଼ା ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାବାହିନୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ। ଏହି ଏନକାଉଣ୍ଟରରେ ସେନାର ୩ ଜଣ ଯବାନ୍ ଆହାତ ହୋଇଛନ୍ତି । ଆହାତ ଯବାନମାନଙ୍କୁ ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା କୁପୱାଡ଼ା ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁଯାୟୀ, କୁପୱାଡ଼ାର କୁମକରୀ ଅଞ୍ଚଳରେ ୮ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଡ୍ରୋନ୍ ଏବଂ ହେଲିକପ୍ଟର ଯୋଗେ ଅଞ୍ଚଳର ପ୍ରତ୍ୟେକ କୋଣ ଅନୁକୋଣରେ ଛାନଭିନ୍ ଜାରି ରଖିଥିଲେ ସୁରକ୍ଷାବାହିନୀ । ସୂଚନାଯୋଗ୍ୟ ଯେ, ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର ଅପରେସନ ଗତ ୫ ଦିନ ଧରି କୁପୱାରାଠାରେ ଚାଲିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×