ଭୁବନେଶ୍ୱର: ରାଜ୍ୟରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭ରେ ପହଞ୍ଚି ଯାଇଛି।
ତେବେ ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ପୁରୀରୁ ୩, ଅନୁଗୁଳ, ଭୁବନେଶ୍ୱର, କଟକ, ବରଗଡ଼, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
Regret to inform the demise of sixteen numbers of Covid positive patients while under treatment in hospitals.
1.A 38-year-old female of Angul district.
2.A 40-year-old male of Baragarh district who was also suffering from Diabetes Mellitus.
— H & FW Dept Odisha (@HFWOdisha) November 25, 2020