ଜାମ୍ମୁ ଓ କାଶ୍ମୀରରେ ଥମୁନି ଆତଙ୍କବାଦ। ଡୋଡାରେ ଆତଙ୍କବାଦୀଙ୍କ ଗୁଳିରେ ଆର୍ମି ଅଫିସର ଓ ୩ ଯବାନ ସହିଦ। ଦେଶା ଜଙ୍ଗଲ ଇଲାକାରେ ହୋଇଛି ଗ୍ରେନେଡ ହମଲା। ହମଲା ପରେ ସେନା ଓ ଜାମ୍ମୁ କାଶ୍ମୀର ପୋଲିସର ବ୍ଯାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ୩୨ ମାସ ମଧ୍ଯରେ ଗଲାଣି ୪୦ ଯବାନଙ୍କ ଜୀବନ। ସ୍ଥାନୀୟ ଅଞ୍ଚଳରେ ୬୦ ବିଦେଶୀ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସେଠାରେ କରାଯାଇଥିଲା ସର୍ଚ୍ଚ ଅପରେସନ। ତେବେ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ହମଲା କରିଥିଲେ। ଡୋଡା ସହରଠାରୁ ୫୫ କିଲୋମିଟର ଦୂର ଦେସା ଜଙ୍ଗଲ ଇଲାକାରେ ଧାରି ଗୋଟେ ଉରାରବାଗି ଅଞ୍ଚଳରେ ସ୍ପେସାଲ ଅପରେସନ ଗ୍ରୁପ ଓ ଜାମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ ଜଏଣ୍ଟ କର୍ଡନ ଓ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହି ଘଟଣାରେ ୫ ଜଣ ଯବାନ ଆହତ ହୋଇଥିବାବେଳେ ୪ ଜଣ ପ୍ରାଣ ହରାଇଥିଲେ। ସେପଟେ ଏହି ଆତଙ୍କୀ ହମଲା ଲାଗି ନିଜକୁ ଦାୟୀ କରିଛି କାଶ୍ମୀର ଉପତ୍ଯକାର କାଶ୍ମୀର ଟାଇଗର୍ସ ନାମକ ଏକ ଆତଙ୍କୀ ସଂଗଠନ।
ତାଜା ଖବର
ବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକ