Quantum Mirror

୨୦୨୬ ସୁଦ୍ଧା ୩୩ କୋଟିରେ ପହଞ୍ଚିବ ୫ଜି ଉପଭୋକ୍ତା ସଂଖ୍ୟା, ସ୍ମାର୍ଟଫୋନ୍‌ ପିଛା ଡାଟା ବ୍ୟବହାର ୪୦ଜିବି ଛୁଇଁବ

୨୦୨୬ ସୁଦ୍ଧା ୩୩ କୋଟିରେ ପହଞ୍ଚିବ ୫ଜି ଉପଭୋକ୍ତା ସଂଖ୍ୟା, ସ୍ମାର୍ଟଫୋନ୍‌ ପିଛା ଡାଟା ବ୍ୟବହାର ୪୦ଜିବି ଛୁଇଁବ

ନୂଆଦିଲ୍ଲୀ,୧୭/୦୬: ୨୦୨୬ ସୁଦ୍ଧା ଭାରତରେ ୫ଜି ଉପଭୋକ୍ତା ସଂଖ୍ୟା ୩୩ କୋଟିରେ ପହଞ୍ଚିବ ସ୍ମାର୍ଟଫୋନ୍ପିଛା ମାସିକ ଡାଟା ବ୍ୟବହାର ତିନିଗୁଣା ବଢ଼ି ୪୦ଜିବିରେ ପହଞ୍ଚିବ ଟେଲିକମ୍ଗିୟର୍ନିର୍ମାତା ଏରିକ୍ସନ୍ପକ୍ଷରୁ ବୁଧବାର ଏକ ରିପୋର୍ଟରେ ଏହା କୁହାଯାଇଛି ଅନ୍ୟପକ୍ଷରେ ଦେଶରେ ୪ଜି ଉପଭୋକ୍ତା ସଂଖ୍ୟା ୬୮ କୋଟିରୁ ବଢ଼ି ୮୩ କୋଟିରେ ପହଞ୍ଚିବ ୨୦୨୬ ଶେଷ ସୁଦ୍ଧା ଭାରତରେ ମୋଟ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରେ ୫ଜି ବ୍ୟବହାରକାରୀ ଅଂଶ ପାଖାପାଖି ୨୬% ରହିବ ଏବେ ଭାରତରେ ସ୍ମାର୍ଟଫୋନ୍ ପିଛା ଡାଟା ବ୍ୟବହାର ମାସିକ ୧୪.୬ଜିବି ରହିଛି ବାବଦରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏରିକ୍ସନ୍ ମୋବିଲିଟି ରିପୋର୍ଟ ୨୦୨୧ରେ କୁହାଯାଇଛି ଅନ୍ୟପକ୍ଷରେ ୫ଜି ଯୋଗୁ ଦେଶରେ . ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଟ୍ୟାଲେଣ୍ଟ ସଲ୍ୟୁସନ୍ କମ୍ପାନି ଏକ୍ସଫେନୋ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ବିଶେଷଜ୍ଞଙ୍କ ମୁତାବକ ଆଇପି ନେଟ୍ୱର୍କିଂ, ଫାର୍ମୱେୟର, ଅଟୋମେସନ୍, ମେସିନ୍ ଲର୍ଣ୍ଣିଂ, ବିଗ୍ ଡାଟା ଆନାଲିସିସ୍, ସାଇବର ନିରାପତ୍ତା ବିଶେଷଜ୍ଞ, ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରଙ୍କ ଚାହିଦା ବୃଦ୍ଧି ପାଇବ ଅଧିକାଂଶ ନିଯୁକ୍ତି ଟେଲିକମ୍ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ (ଆଇଓଟି) କ୍ଷେତ୍ରରେ ହେବ ସେହିଭଳି ୪ଜି ତୁଳନାରେ ୫ଜି ଟେକ୍ନୋଲୋଜିରେ ମୋବାଇଲ ଇଣ୍ଟରନେଟ୍ ବେଗ ୨୦ଗୁଣା ଅଧିକ ହେବ ବୋଲି ଆକଳନ କରାଯାଇଛି ୫ଜି ସେବା ସହାୟତାରେ ଚାଳକବିହୀନ ପରିବହନ, ସ୍ମାର୍ଟ ସିରିଜ୍, ଭର୍ଚୁଆଲ୍ ରିଅଲିଟି ଏବଂ ବହୁତ ଶୀଘ୍ର ରିଅଲ୍ ଟାଇମ୍ ଅପ୍ଡେଟ୍ ହସ୍ତଗତ ହୋଇପାରିବ ୫ଜି ଟେକ୍ନୋଲୋଜି ଦ୍ୱାରା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମଧ୍ୟ ଅଧିକ ଉନ୍ନତ ହେବ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×