ନୂଆଦିଲ୍ଲୀ ୧୦/୫ : ଦିଲ୍ଲୀର ସରୋଜ ହସ୍ପିଟାଲ ଏବେ କରୋନାର ହଟସ୍ପଟ ପାଲଟିଛି । ଏଠାରେ ଏ ପର୍ଯ୍ୟନ୍ତ ପାଖାପାଖି ୮୦ ଡାକ୍ତର ସଂକ୍ରମିତ ହେଲେଣି । ତେବେ ଜଣେ ଡାକ୍ତରଙ୍କର ଜୀବନ ନେଇଛି କିଲର ଭାଇରସ । ଘାତକ ହେବାରେ ଲାଗିଛି ଦେଶର କରୋନା ସ୍ଥିତି । ଦୈନିକ ସଂକ୍ରମଣ ସିନା କମୁଛି ହେଲେ, ମୃତ୍ୟୁ ସଂଖ୍ୟା ଥମୁନି । ଏବେ ଆଗଧାଡିର ଯୋଦ୍ଧାଙ୍କୁ ଗ୍ରାସିଲାଣି ମହାମାରୀ । ୨ୟ ଭଗବାନ କୁହାଯାଉଥିବା ଡାକ୍ତରମାନେ ଏବେ କରୋନା ପଞ୍ଝାରେ ପଡିବାରେ ଲାଗିଛନ୍ତି । ଚିକିତ୍ସା କରୁ କରୁ ଡାକ୍ତରମାନେ ବି କରୋନାର ଶିକାର ହେଉଛନ୍ତି । ଫଳରେ ହସ୍ପିଟାଲରେ ଓପିଡି ସେବା ବନ୍ଦ ହୋଇଯାଇଛି । ଏବେବବି ୧୨ ଡାକ୍ତର ଚିକିତ୍ସାଧିନ ଅଛନ୍ତି । ଅନ୍ୟ ସବୁ ଡାକ୍ତର ସଂକ୍ରମିତ ହେବା ପରେ ସଂଗରୋଧରେ ଅଛନ୍ତି । ଗତ କିଛି ଦିନ ହେବ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ପ୍ରବାହିତ ହେଉଛି । ରାଜଧାନୀରେ, ନୂଆ ମାମଲା ସହ ମୃତ୍ୟୁହାର ବି କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।