Quantum Mirror

ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ଲିକ୍

ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର ଲିକ୍

ସୁପରଷ୍ଟାର ପ୍ରଭାସ କେବଳ ସାଉଥ୍ ଇଣ୍ଡଷ୍ଟ୍ରି ନୁହେଁ ବରଂ ସାରା ଭାରତରେ ନିଜର ଜଭରଦସ୍ତ ଅଭିନୟକୁ ନେଇ ପରିଚୟ ସୃଷ୍ଟି କରିଛନ୍ତି । ନିର୍ଦ୍ଦେଶକ ଓମ୍ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ଅଭିନୟ କରିବେ ପ୍ରଭାସ । ସୂଚନାଯୋଗ୍ୟ ଯେ ଓମ୍ ରାଉତ ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ତାନାଜୀରେ ନିର୍ଦ୍ଦେଶନା ଦେଇଥିଲେ । ପ୍ରଭାସ ଆଦିପୁରୁଷର ପ୍ରଥମ ପୋଷ୍ଟର ନିଜ ଇନଷ୍ଟାଗ୍ରାମ‌ରେ ସେୟାର କରିଛନ୍ତି ।

ଫିଲ୍ମରେ ପ୍ରଭାସ ଆଦିପୁରୁଷ ଭୂମିକାରେ ନଜର ଆସିପାରନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମରେ ପ୍ରଭାସଙ୍କ ଲୁକ୍ ସାମ୍ନାକୁ ଆସିନାହିଁ । ଫିଲ୍ମରେ ଭୂଷଣ କୁମାର ପ୍ରଯୋଜନା ଦେବେ । ଏହି ଫିଲ୍ମ ୨୦୨୨ରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ୍ ଓ କନ୍ନଡ଼ ଭାଷାରେ ରିଲିଜ ହେବ ବୋଲି କୁହାଯାଉଛି । ପୋଷ୍ଟର ସେୟାର କରି ପ୍ରଭାସ ଲେଖିଛନ୍ତି ‘ଅଧର୍ମ ଉପରେ ଧର୍ମକୁ ପାଳନ କରୁଛି’ । ଆଦିପୁରୁଷର ପୋଷ୍ଟର ଦେଖିଲେ ଲାଗୁଛି ଯେ, ଏହାର କାହାଣୀ ରାମାୟଣ ସହ ଜଡିତ ହେବ । ଏହି ପୋଷ୍ଟରରେ ଶ୍ରୀ ହନୁମାନ, ୧୦ ମୁଣ୍ଡ ଥିବା ରାବଣ ଓ ପ୍ରଭୁ ରାମ ଧନୁ ଧରିଥିବା ଦେଖିବାକୁ ମିଳିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×