Quantum Mirror

ପିଏମ ଶ୍ରମଯୋଗୀ ମାନଧନ ଯୋଜନା: ୪୪ ଲକ୍ଷ ଶ୍ରମିକଙ୍କୁ ମିଳିବ ମାସିକ ୩୦୦୦ ଟଙ୍କା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ?

ପିଏମ ଶ୍ରମଯୋଗୀ ମାନଧନ ଯୋଜନା: ୪୪ ଲକ୍ଷ ଶ୍ରମିକଙ୍କୁ ମିଳିବ ମାସିକ ୩୦୦୦ ଟଙ୍କା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସଙ୍ଗଠିତ କ୍ଷେତ୍ର ପାଇଁ ୩ଟି ପେନସନ ଯୋଜନା ଆରମ୍ଭ କରିଛନ୍ତି ଏହି ପେନସନଗୁଡିକ କୃଷକ, ବ୍ୟବସାୟୀ ଶ୍ରମିକମାନଙ୍କ ପାଇଁ ଆରମ୍ଭ କରାଯାଇଛି ଏଥିରେ ଶ୍ରମିଯୋଗୀ ମାନଧନ ଯୋଜନାରେ ସବୁଠାରୁ ଅଧିକ ରେଜିଷ୍ଟ୍ରେସନ ହେଉଛି ଏହି କ୍ରମରେ ଅଗଷ୍ଟ ସୁଦ୍ଧା ୪୪,୨୭,୨୬୪ ଲୋକ ଯୋଡି ହୋଇଛନ୍ତି ସମସ୍ତଙ୍କୁ ୬୦ ବର୍ଷ ହେବା ପରେ ମାସିକ ୩୦୦୦ ଟଙ୍କା ପେନସନ ମିଳିବ ଯଦି ହିତାଧିକାରୀର ପେନସନ୍ ପାଉଥିବା ବେଳେ ମୃତ୍ୟୁ ହୁଏ, ତେବେ ୫୦% ଧନରାଶି ତାଙ୍କ ପତ୍ନୀଙ୍କୁ ଦିଆଯିବ

୨୦୧୯ ମାର୍ଚ୍ଚ ୫ରେ ଗୁଜୁରାଟର ଗାନ୍ଧୀନଗରରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିନ୍ତୁ ଏଥିରେୁ ରେଜିଷ୍ଟ୍ରେସନ ଫେବୃଆରୀ ୧୫ରୁ ଆରମ୍ଭ ହୋଇଥିଲା ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବା ଇପିଏଫ୍, ଏନପିସି ବା ଇଏସଆଇସିର ସଦସ୍ୟମାନେ ଏହାର ଲାଭ ଉଠାଇପାରିବେ ନାହିଁ ମାସକୁ ୧୫,୦୦୦ରୁ କମ୍ ରୋଜଗାର କରୁଥିବା ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇପାରିବେ ନାମାଙ୍କନର ଟପରେ ରହିଛି ହରିଆଣା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଛତିଶଗଡ

ତେବେ ଘରେ କାମ କରୁଥିବା ଶ୍ରମିକ, ଡ୍ରାଇଭର, ପ୍ଲମ୍ବର, ମୋଚୀ, ଟେଲର, ରିକ୍ସା ଡ୍ରାଇଭର, ଧୋବୀ, କୃଷକ ଶ୍ରମିକମାନେ ଏହାର ଲାଭ ଉଠାଇପାରିବେ ବୟସ ହିସାବରେ ପ୍ରିମିୟମ ୫୫ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିବ

ରେଜିଷ୍ଟ୍ରେସନ ପାଇଁ ଆଧାର କାର୍ଡ, ଆଇଏଫଏସସି ନମ୍ବର ସହ ସେଭିଙ୍ଗ ବା ଜନଧନ ଆକାଉଣ୍ଟ ମୋବାଇଲ ନମ୍ବର ଦରକାର ଏହା ସହ ରେଜିଷ୍ଟ୍ରେସନ ପାଇଁ ବୟସ ୧୮ରୁ ୪୦ ବର୍ଷ ହେବା ଦରକାର ନିକଟସ୍ଥ ସାଧାରଣ ସର୍ଭିସ ସେଣ୍ଟରରେ ଆପଣ ପଞ୍ଜୀକୃତ କରିପାରିବେ

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×