Quantum Mirror

ରାଜଧାନିରୁ ବସ୍ ଚୋରି କରିଥିଲେ, କଟକରେ ଧରାପଡିଲେ

ରାଜଧାନିରୁ ବସ୍ ଚୋରି କରିଥିଲେ, କଟକରେ ଧରାପଡିଲେ

ରାଜଧାନିରେ ବସ୍ ଚୋରି । କଟକରେ କାବୁ । ଏଭଳି ଘଟଣା ଘଟିଛି କଟକ ଓ ଏମ୍ ପି ଛକ ରେ । ଯାହା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।ସୂଚନାନୁସାରେ, ଆର୍ୟନ୍ ନାମକ ବସର ଡ୍ରାଇଭର ଓ ହେଲପର ଗାଡ଼ି ଛାଡ଼ି ଖାଇବାକୁ ଯାଇଥିଲେ । ଏହି ସମୟରେ  ଜଣେ ଦୁର୍ବୃତ୍ତ ବସକୁ ଚଲାଇ ଭୁବନେଶ୍ୱରରୁ ପାର ହୋଇଯାଇଥିଲା । ସଙ୍ଗେ ସଙ୍ଗେ ପୋଲିସକୁ ଖବର ମିଳିବା ପରେ ଭୁବନେଶ୍ୱର ପୋଲିସ ବସକୁ ପିଛା କରିଥିଲା । ଏହାପରେ କଟକ ଟ୍ରାଫିକ ଓ ପୋଲିସ ସାହାଯ୍ୟରେ ବସକୁ ଅଟକାଇବା ପାଇଁ ଚେଷ୍ଟା ଆରମ୍ଭ ହୋଇଥିଲା ।

ଶେଷରେ ଓ ଏମ୍ ପି ନିକଟରେ ବସ୍ ଚଳାଉଥିବା ଦୁର୍ବୃତ୍ତ ଭରସ୍ୟମ ହରାଇ ଏକ ଟ୍ରକ୍ ର ପଛ ପଟେ ବସକୁ ପିଟି ଦେଇଥିଲେ । ଗାଡ଼ି ଚଳାଉଥିବା ବ୍ୟକ୍ତିକୁ ପୋଲିସ କାବୁ କରିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×