Quantum Mirror

ଆଜି ପବିତ୍ର ଗଣେଶ ଚତୁର୍ଥୀ, କରୋନା କଟକଣା ଭିତରେ ପୂଜା ପାଇବେ ଗଜାନନ

ଆଜି ପବିତ୍ର ଗଣେଶ ଚତୁର୍ଥୀ, କରୋନା କଟକଣା ଭିତରେ ପୂଜା ପାଇବେ ଗଜାନନ

ଆଜି ପବିତ୍ର ଗଣେଶ ଚତୁର୍ଥୀ। ସମଗ୍ର ଦେଶରେ ଏହା ଗଣେଶଙ୍କ ପୂଜା ପାଳିତ ହୋଇଥାଏ। ହେଲେ ଏ ବର୍ଷ କରୋନା ସଂକ୍ରମଣକୁ ଆଖିରେ ରଖି ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହେଉନାହିଁ। ନିଜ ଘରେ କେବଳ ଲୋକମାନେ ଗଣେଶ ପୂଜା ପାଳନ କରୁଥିବା ଜଣାଯାଇଛି। ଏହି କାରଣରୁ ଓଡ଼ିଶାରେ ଗଣେଶ ପୂଜାର ମାହୋଲ୍ ସଂପୂର୍ଣ୍ଣ ଭିନ୍ନ ଥିବା ନଜରକୁ ଆସୁଛି। ଆଜି ସକାଳୁ ଗଣେଶ ପୂଜା ଆରମ୍ଭ ହୋଇଗଲାଣି।

ଏପରିକି ସ୍କୁଲ ଓ କଲେଜରେ ପାଳିତ ହେଉ ନାହିଁ ଗଣେଶ ପୂଜା । ଅଗଷ୍ଟ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି। ଛାତ୍ରଛାତ୍ରୀ ଏବେ ସ୍କୁଲ ଆସିବାର କୌଣସି ଆବଶ୍ୟକତା ନାହିଁ। ସେମାନେ ଘରେ ରହି ବିଘ୍ନବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ଏହି କାରଣରୁ ଛାତ୍ରଛାତ୍ରୀମାନଙ୍କ ମନରେ ସରସତା ନ ଥିବା କୁହାଯାଉଛି।

ଏଣେ ବିଭିନ୍ନ କ୍ଲବର ସଦସ୍ୟମାନେ ବି ଏଥର ଗଣେଶଙ୍କ ପୂଜାର୍ଚ୍ଚନା କରୁ ନଥିବା ଦେଖିବାକୁ ମିଳୁଛି। ସକାଳୁ କୌଣସି ଜାଗାରେ ମାଇକର ଗୀତ ଶୁଭୁନି କି ବାହାରେ କୋଳାହଳ ନାହିଁ। ଠିକ୍ ସେହିପରି ଯେଉଁମାନେ ମନ୍ଦିରେ ଗଣେଶଙ୍କ ପୂଜାର୍ଚ୍ଚନା କରିପାରିବେ ବୋଲି ଭାବୁଥିଲେ, ସେମାନଙ୍କ ପାଇଁ ବି ସେହି ସୁଯୋଗ ନାହିଁ। କାରଣ ଏବେ ବି ମନ୍ଦିର ସବୁ ଓଡ଼ିଶାରେ ବନ୍ଦ ରହିଛି। ମୋଟାମୋଟି ଭାବେ ଚଳିତ ଥର ଗଣେଶଙ୍କ ପୂଜା ଏକଦମ ନିଆରା ଢଙ୍ଗରେ କରାଯାଉଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×