Quantum Mirror

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୯୯୩ କରୋନା ସଂକ୍ରମିତ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୯୯୩ କରୋନା ସଂକ୍ରମିତ

ଆଜି ରାଜ୍ୟରେ ପୁଣି ୨୯୯୩ ଜଣ ନୂଆ କରୋନା ଆକ୍ରାନ୍ତ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏବେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଅଧିକ ମାତ୍ରାରେ ଟେଷ୍ଟିଂ କରାଯାଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଛି । ହେଲେ ଏଥିରେ ଭୟଭୀତି ହେବାର ନାହିଁ । ବରଂ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ନୂଆ ୨୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୮୭୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୧୪ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୧ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୫ଜଣ, ବରଗଡ ଜିଲ୍ଲାରୁ ୯୮ଜଣ, ଭଦ୍ରକ ଜିଲ୍ଲାରୁ ୯୨ଝଣ, ବଲାଙ୍ଗୀର ଜିଲ୍ଲାରୁ ୬୨ଜଣ, ବୌଦ୍ଧ ଜିଲ୍ଲାରୁ ୯ଜଣ, କଟକ ଜିଲ୍ଲାରୁ ୧୫୮ଜଣ, ଦେଓଗଡ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୦ଝଣ, ଗଜପତି ଜିଲ୍ଲାରୁ ୪୩ଜଣ, ଗଞ୍ଜାମ ଜିଲ୍ଲାରୁ୨୭୧ଜଣ, ଜଗତସିଂହପୁର ଜିଲ୍ଲାରୁ ୪୬ଜଣ, ଯାଜପୁର ଜିଲ୍ଲାରୁ ୧୨୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୩ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬ଜଣ, କନ୍ଧମାଳ ଜିଲ୍ଲାରୁ ୫୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୩ଜଣ, କେନ୍ଦୁଝର ଜିଲ୍ଲାରୁ ୬୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୦୬ଜଣ, କୋରାପୁଟ ଜିଲ୍ଲାରୁ ୯୫ଜଣ, ମାଲକାନଗିରି ଜିଲ୍ଲାରୁ ୮୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୮ଜଣ, ନୟାଗଡ ଜିଲ୍ଲାରୁ ୧୫୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୧ଜଣ, ପୁରୀ ଜିଲ୍ଲାରୁ ୧୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୭ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୪ଜଣ, ସୋନପୁର ଜିଲ୍ଲାରୁ ୪୦ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୦ଜଣ ରହିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×