Quantum Mirror

ନିଟ୍-ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ନିଟ୍-ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

କରୋନା ମହାମାରୀ ସମୟରେ ନିଟ ଓ ଜେଇଇକୁ ଘୁଂଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୱାଲଙ୍କୁ ଲେଖି ଥିବା ଚିଠିରେ ନବୀନ କହିଛନ୍ତି. ଏହି ମହାମାରୀ ସମୟରେ ଏଭଳି ପରୀକ୍ଷା ନିରାପଦ ନୁହେଁ ଓ ଛାତ୍ରମାନେ ସଂପୃକ୍ତ ପରୀକ୍ଷା କେନ୍ଦ୍ରକୁ ଯିବା ମଧ୍ୟ ଠିକ ନୁହେଁ । ଏହାଛଡା କରୋନା ପଜିଟିଭ ସଂଖ୍ୟା ବଢୁଥିବାରୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଲକଡାଉନ ଓ ସଟଡାଉନ ଭଳି କଟକଣା ଲାଗୁ କରିଛନ୍ତି । ଏହାଦ୍ୱାରା ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇପାରେ । ଏହାଛଡା ଭୌଗଳିକ ଦୃଷ୍ଟିକୋଣରୁ ଆଦିବାସୀ ଅଂଚଳର ଛାତ୍ରଛାତ୍ରୀ ବର୍ତ୍ତମାନ ସ୍ଥିତିରେ ସହରାଂଚଳକୁ ଯିବା ସମ୍ଭବ ନୁହେଁ ।

ଏଥିପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ହେଲେ ସେମାନଙ୍କୁ ଦୀର୍ଘ ବାଟ ଯିବାକୁ ପଡିବ । ତେଣୁ ଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସେପଟେମ୍ବରରେ ହେବାକୁ ଥିବା ନିଟ୍ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖାଯାଉ । ଚଳିତ ବର୍ଷ ରାଜ୍ୟର ୫୦ ହଜାରରୁ ଅଧିକ ଛାତ୍ର ନିଟ ପରୀକ୍ଷା ଦେବାକୁ ଥିବାବେଳେ ୪୦ ହଜାରରୁ ଅଧିକ ଜେଇଇ ପରୀକ୍ଷା ଦେବାର ଅଛି ।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×