Quantum Mirror

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ : ପରିଶ୍ରମ ପରେ ନିର୍ଦ୍ଧାରିତ ସଫଳତା ନ ମିଳିବାରୁ ମନରେ ଅସନ୍ତୋଷ ରହିବ। ସ୍ଵାସ୍ଥ୍ୟ କମଜୋର ହୋଇପାରେ। ଯାତ୍ରା ପାଇଁ ସମୟ ଅନୁକୂଳ ନୁହେଁ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ।ସନ୍ତାନମାନଙ୍କ ବିଷୟରେ ଚିନ୍ତା ରହିବ। କୌଣସି ମାମଲାରେ ବିନା ବିଚାରରେ ପଦକ୍ଷେପ ହାନିକାରକ ପ୍ରମାଣିତ ହେବ।

ବୃଷ : କଳାକାର ଏବଂ ଖେଳାଳିମାନଙ୍କ ପାଇଁ ନିଜର ପ୍ରତିଭା ଦର୍ଶାଇବା ପାଇଁ ଉତ୍ତମ ସମୟ ଅଟେ। କାର୍ଯ୍ୟର ସଫଳତା ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ଵାସର ଭୂମିକା ହେବ। ପିତୃପକ୍ଷଙ୍କ ତରଫରୁ ଲାଭ ହେବ। ବିଦ୍ୟାର୍ଥୀଗଣ ପଢ଼ାପଢ଼ିରେ ରୁଚି ରଖିବେ। ସଂପତ୍ତି ସମ୍ବନ୍ଧୀତ ଆଇନ କାଗଜପତ୍ର ଆଜି ନ କରିବା ପାଇଁ ଉପଦେଶ।

ମିଥୁନ : ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରି ପାରିବେ। ଦିନର ପ୍ରାରମ୍ଭରେ ସତେଜ ଏବଂ ଫୂର୍ତ୍ତି ଅନୁଭବ କରିବେ। ଶିଘ୍ର ବଦଳୁଥିବା ବିଚାର ଆପଣଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇବ। ମିତ୍ରମାନଙ୍କ ତଥା ନିଜ ବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସାଥିରେ ସମ୍ବନ୍ଧ ଭଲ ରହିବ ଆର୍ଥିକ ଦୃଷ୍ଟିରୁ ଲାଭ ହେବାର ଯୋଗ ଅଛି।

କର୍କଟ : ଆଜି ମନରେ ଟିକେ ହତାଶାର କାରଣରୁ ପରିବାରରେ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା କିମ୍ବା ମନମାଳିନ୍ୟ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ମନ ଏକାଗ୍ର ରହିବ ନାହିଁ। ଅସନ୍ତୋଷର ଭାବନାରେ ମନ ଘେରି ରହିବ। ଅନୈତିକ ପ୍ରବୃତ୍ତିଗୁଡ଼ିକରେ ନ ପଡ଼ିବାପାଇଁ ଉପଦେଶ।

ସିଂହ : ଆତ୍ମବିଶ୍ଵାସ ତଥା ତ୍ଵରିତ ନିର୍ଣ୍ଣୟ ନେଇ କରି ସମାଜରେ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ବାଣୀ କିମ୍ବା ବ୍ୟବହାରରେ ଉଗ୍ରତା ତଥା କାହା ସହିତ ଅହଂକାର ଯୋଗୁଁ ଯୁକ୍ତି ହେବାର ସମ୍ଭାବନା ଦେଖାଯାଉଛି। ପିତା କିମ୍ବା ବରିଷ୍ଠ ନାଗରୀକମାନଙ୍କ ଦ୍ଵାରା ଲାଭ ପ୍ରାପ୍ତ ହେବ। ବୈବାହିକ ଜୀବନରେ ମଧୁରତା ଅନୁଭବ କରିବେ।

କନ୍ୟା : ଅହଂ କାରଣରୁ କୌଣସି ମନମାଳିନ୍ୟ ହୋଇପାରେ। ଶାରୀରିକ ଏବଂ ମାନସିକ ଚିନ୍ତାରେ ବ୍ୟଗ୍ର ରହିବେ। ଆକସ୍ମିକ ଧନଖର୍ଚ୍ଚ ହେବ। ଦାମ୍ପତ୍ୟଜୀବନରେ ମତଭେଦ ଉତ୍ପନ୍ନ ହେବ। ଅଧୀନସ୍ଥ ବ୍ୟକ୍ତି ତଥା ଚାକରବର୍ଗଙ୍କଠାରୁ ଅସୁବିଧା ଅନୁଭବ ହେବ।

ତୁଳା : ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। ରମଣୀୟ ସ୍ଥାନକୁ ଯାତ୍ରାର ଆୟୋଜନ କରିବେ। ଆଜି ଆପଣଙ୍କ ଦୈନିକ କାର୍ଯ୍ୟ ଗୁଡ଼ିକର ସୁଚାରୂ ରୂପେ କରିବେ। ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ମହିଳା ମିତ୍ରମାନଙ୍କ ସହିତ ମିଳନ ହେବ। ଅବିବାହିତମାନଙ୍କର ବୈବାହିକ ସଂଯୋଗ ନିର୍ମିତ ହେବ।

ବିଚ୍ଛା : ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନ ରୂପରେ ସମ୍ପୂର୍ଣ୍ଣ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଆସିବ। ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରି-ବ୍ୟବସାୟରେ ପ୍ରଗତି ହେବ। ଉଚ୍ଚ ପଦାଧିକାରୀଗଣ ଏବଂ ବୃଦ୍ଧଙ୍କ ତରଫରୁ ଲାଭ ମିଳିବ। ଧନ ଲାଭ ହେବ। ବ୍ୟାପାରୀ ବର୍ଗଙ୍କର ବାକୀପଡ଼ିଥିବା ଅର୍ଥ ମିଳିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କଠାରୁ ଲାଭ ହେବ।

ଧନୁ : ଆଜି ସ୍ଵାସ୍ଥ୍ୟ କିଛି ନରମ-ଗରମ ରହିବାର ସମ୍ଭାବନା ଅଛି। ଉଚ୍ଚ ଅଧିକାରୀମାନଙ୍କ ସହିତ ମତଭେଦର ପ୍ରସଙ୍ଗ ଉପସ୍ଥିତ ହେବ। ଶାରୀରିକ ରୂପରେ ଅଶକ୍ତି ଏବଂ ଆଳସ୍ୟର ଭାବନା ରହିବ। ବ୍ୟବସାୟରେ ବିଘ୍ନ ଆସିପାରେ। ହାନିକାରକ ବିଚାରକୁ ମନରୁ ଦୂରରେ ରଖିବେ। ଯେ କୌଣସି କାର୍ଯ୍ୟର ଆୟୋଜନ ସମ୍ଭାଳି କରି କରନ୍ତୁ।

ମକର : ନକାରାତ୍ମକ ବିଚାର ଏବଂ କ୍ରୋଧକୁ ଦୂରରେ ରଖିଲେ ବହୁତ ଅସୁବିଧାରୁ ବଞ୍ଚିତ ହେଇପାରିବେ। ଖାଦ୍ୟ-ପେୟ ଉପରେ ଧ୍ୟାନ ନ ରଖିଲେ ଆଜି ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି। ଭାଗିଦାରୀଙ୍କ ସହିତ ମତଭେଦ ହୋଇପାରେ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×