Quantum Mirror

ଲଗାଣ ବର୍ଷା – ରାଜ୍ୟରେ ହାରାହାରି ବୃଷ୍ଟିପାତ ୭୬.୬

ଲଗାଣ ବର୍ଷା – ରାଜ୍ୟରେ ହାରାହାରି ବୃଷ୍ଟିପାତ ୭୬.୬

ଆଜି ସକାଳ ୮.୩୦ମି ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତ ଓ କେତେକ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଜଗତସିଂହପୁର, ବୌଦ୍ଧ, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର ଓ କଟକ ଜିଲ୍ଲାରେ ହାରାହାରି ୧୦୦ ମି.ମି. ବୃଷ୍ଟିପାତ ହୋଇଥିଲାବେଳେ ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବାଲେଶ୍ୱର, ଢେଙ୍କାନାଳ, ପୁରୀ, କନ୍ଧମାଳ, ବରଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୫୦ ମି.ମି.ରୁ ୧୦୦ ମି.ମି. ବୃଷ୍ଟିପାତ ହୋଇଛି।

ଫଳରେ ଲଗାଣ ବର୍ଷା ଯୋଗୁଁ ନଦୀମାନଙ୍କରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବୈତରଣୀ ନଦୀର ଜଳସ୍ତର ଆନନ୍ଦପୁରଠାରେ ଏବଂ ଜଳକା ନଦୀ ମଥାନି ଠାରେ ବିପଦସଙ୍କେତର ଉପରେ ଅଛି। ସେହିପରି ବିଭିନ୍ନ ଜିଲ୍ଲର କେତେକ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇଛି ଏବଂ କେତେକ ଅଞ୍ଚଳରେ କଚା ଘରସବୁ କ୍ଷତିଗ୍ରସ୍ତ ହୋଇଛି।  ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ସୁକୃଳି ତହସିଲ ଅନ୍ତର୍ଗତ ମହୁଲିଆସୁଲି ଗ୍ରାମର ନଳିନୀ ମୁଣ୍ଡା (୬୨)ଙ୍କ ଉପରେ କାନ୍ଥପଡ଼ି ମୃତ୍ୟୁ ଘଟିଛି।

ବନ୍ୟା ଆଶଙ୍କାକୁ ଆଖି ଆଗରେ ରଖି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏ ଲେଖାଏଁ ଓଡ୍ରାଫ୍‌ ଟିମ୍‌ ଓ ବାଲେଶ୍ୱର ଜିଲାରେ ୨ଟି ଏନ୍‌.ଡି.ଆର୍‌.ଏଫ୍‌, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ଏନ୍‌.ଡି.ଆର୍‌.ଏଫ୍‌ ଟିମ୍‌ ମୁତୟନ କରାଯାଇଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×