Quantum Mirror

ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ ହାଜର ହେଲେ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ

ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ ହାଜର ହେଲେ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି । ଭୁବନେଶ୍ୱର ଫରେନସିକ ଲାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଆଗକୁ ତଦନ୍ତ ଘେରର ଥିବା ଅନ୍ୟ ବ୍ୟକ୍ତିମାନଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇପାରେ

ମୃତ୍ୟୁର କିଛି ଦିନ ପୂର୍ବରୁ ଆଦିତ୍ୟଙ୍କ ହାବଭାବ କେମିତି ଥିଲା ? ସୁଇସାଇଡ୍ ନୋଟ ଅନୁସାରେ ସେ ମାନସିକ ଚାପରେ ଥିଲେ କି ? । ତେବେ ସତରେ କଣ ସେ ମାନସିକ ଚାପରେ ଥିଲେ ? ଯଦି ମାନସିକ ଚାପରେ ଥିଲେ ତେବେ ଏଥିପାଇଁ ଦାୟୀ କିଏ ? ଆଶ୍ରମର ଜମି କିଣା ବିକା, ଟଙ୍କା କାରାବାର ନା ପତ୍ନୀଙ୍କ କଥାକୁ ନେଇ ଚାପରେ ଥିଲେ ଆଦିତ୍ୟ ? ଏଭଳି ବିଭିନ୍ନ ଦିଗରୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତଦନ୍ତ ଚାଲିଛି ।

ପ୍ରଥମେ ଘଟଣାର ତଦନ୍ତ କରୁଥିବା ଜିଆର୍‌ପି  ପରେ କ୍ରାଇମ୍‌ବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହୋଇଥିଲା । ଦିନ ବଡିବା ସହ ରହସ୍ୟରୁ ପରଦା ହଟିପାରୁନି ।  କ୍ରାଇମବ୍ରାଞ୍ଚ ଘଟଣାରେ ୨୦ଜଣରୁ ଅଧିକ ଲୋକଙ୍କ ପଚରାଉଚରା କରିସାରିଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍‌ ମାର୍ଗରେ ପହଞ୍ଚିପାରୁନି । ଯେ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାରେ କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ୪ଜଣଙ୍କ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲା । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ସାଙ୍ଗ ପପୁ-ବିକାଶ ଓ ଅନ୍ୟ ଜଣଙ୍କର ଟେଷ୍ଟ ପାଇଁ ସୂଚନା ଦିଆଯାଇଥିଲା । ଏହି ଆଧାରରେ ଆଜି ବିଦ୍ୟାଶ୍ରୀଙ୍କ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରସୁଲଗଡସ୍ଥିତ ରାଜ୍ୟ ଫରେନସିକ ଲ୍ୟାବ୍‌ରେ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ହାଜର ହୋଇଛନ୍ତି ପତ୍ନୀ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଜିବା ପାଇଁ ଲାଏ ଡିଟେକସନର ସାହାର ନେଇଛି କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ସସପେନ୍ସ ଭିତରେ ରହିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×