Quantum Mirror

ଏସ୍‌ଟିଏଫ୍‌କୁ ଆଉ ଏକ ବଡ଼ ସଫଳତା – ସାଢ଼େ ୪ କୋଟିଟଙ୍କାର ବ୍ରାଉନ ସୁଗାର ଜବତ ଓ ୨ ଗିରଫ

ଏସ୍‌ଟିଏଫ୍‌କୁ ଆଉ ଏକ ବଡ଼ ସଫଳତା – ସାଢ଼େ ୪ କୋଟିଟଙ୍କାର ବ୍ରାଉନ ସୁଗାର ଜବତ ଓ ୨ ଗିରଫ

କ୍ରାଇମବ୍ରାଞ୍ଚର ଏସଟିଏଫକୁ ଆଉ ଏକ ବଡ଼ ସଫଳତା ମିଳିଛି । ରାଜ୍ୟରେ ନିଶା ବେପାରୀଙ୍କ ଉପରେ ରୋକ ଲଗାଇ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱାଧୀନ ଟିମ ସଫଳ ଭୂମିକା ଗ୍ରହଣ କରିଛନ୍ତି । ଏହି ଟିମ ବାଲେଶ୍ୱରରେ ଚଢ଼ଉ କରି ସାଢେ଼ ୪ କୋଟି ଟଙ୍କାର ଡ୍ରଗ୍ସ ଜବତ କରିବା ସହ ଦୁଇ ନିଶା ବେପାରୀଙ୍କୁ ଗିରଫ କରିଛି । ଓଡିଶା ପୋଲିସର ଏସ୍.ଟି.ଏଫ୍ ୪ କିଗ୍ରା ୨୫ ଗ୍ରାମର ବ୍ରାଉନ ସୁଗାର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅଧିନରେ ଥିବା ଜମଲପୁର ନିକଟ ଏନ୍.ଏଚ୍‌ ୧୬ ରୁ ଜବତ କରିଛି।

ସୂଚନାଯୋଗ୍ୟ ଯେ, ୨୦୨୦ରେ ଏସ୍.ଟି.ଏଫ୍ ସର୍ବମୋଟ ୨୦ କିଗ୍ରା ୭୩୬ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୨୨ ଟି କେସ୍ ରୁଜୁ କରିଛି ଓ ସର୍ବମୋଟ ୪୩ ଟି ଡ୍ରଗ୍ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଚଳିତ ୨୦୨୦ ବର୍ଷରେ ଏସ୍.ଟି.ଏଫ୍ ଦ୍ୱାରା ଜବତ ହୋଇଥିବା ବ୍ରାଉନ ସୁଗାରର ପରିମାଣ ବିଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ସମସ୍ତ ଜବତର ପରିମାଣ ଠାରୁ ଅଧିକ ଅଟେ ।

୨୦୧୮ରେ ଓଡିଶା ପୋଲିସ ଦ୍ୱାରା ଜବତ ହୋଇଥିବା ଗଞ୍ଜେଇର ପରିମାଣ ୫୨୩.୮୯ କୁଇଣ୍ଟାଲ ଥିଲା। ୨୦୧୯ରେ ଓଡିଶା ପୋଲିସ ଦ୍ୱାରା ଜବତ ହୋଇଥିବା ଗଞ୍ଜେଇର ପରିମାଣ ୬୧୬.୫୦ କୁଇଣ୍ଟାଲ ଥିଲା। ସେହିପରି ୨୦୨୦ରେ ଆଜି ସୁଦ୍ଧା ହୋଇଥିବା ଗଞ୍ଜେଇ ଜବତର ପରିମାଣ ୬୩୦ କୁଇଣ୍ଟାଲ ରହିଛି, ଯାହାକି ବିଗତ ୨୦୧୮ ଓ ୨୦୧୯ ବର୍ଷର ଜବତ ପରିମାଣ ଠାରୁ ଅଧିକ ଅଟେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×