Quantum Mirror

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର

ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର

NEET-JEE ପରୀକ୍ଷାର୍ଥୀଙ୍କ ଖୁସି ଖବର । ପରୀକ୍ଷାର୍ଥୀଙ୍କ ଯିବା ଆସିବା କଥା ବୁଝିବେ ରାଜ୍ୟ ସରକାର । ଆବଶ୍ୟକ ହେଲେ ମାଗଣାରେ ପରୀକ୍ଷା ସେଣ୍ଟରରେ ପହଁଚାଇବା ସହ ରହଣି ବ୍ୟବସ୍ଥା ବି ବୁଝିବେ । ଏ ନେଇ ଜିଲ୍ଲା ପ୍ରଶାସନ, ପୋଲିସ ଓ ପରିବହନ ସଚିବଙ୍କୁ  ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପରୀକ୍ଷାର୍ଥୀ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସ୍ଥାନୀୟ ନୋଡାଲ ସେଣ୍ଟରର ଅଧିକାରୀଙ୍କୁ ଫୋନ୍ କରି ଜଣାଇବାକୁ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରାୟ ୩୭୦୦୦ ପରୀକ୍ଷାର୍ଥୀ ଓଡିଶାରେ ଏନଇଇଟି ଜେଇଇ ପରୀକ୍ଷା ଦେବେ । ବର୍ତ୍ତମାନର କୋଭିଡ ପରିସ୍ଥିତି ସତ୍ୱେ ଏହି ପରୀକ୍ଷା ହେଉଛି । ଏହି ପରିସ୍ଥିତିରେ ଯେଉଁମାନଙ୍କୁ ଗମନାଗମନା ପାଇଁ ସାହାଯ୍ୟ ଦରକାର ସେମାନଙ୍କୁ ସରକାର ଯୋଗାଇଦେବେ । ଯେଉଁମାନେ ନିଜେ ଯିବା ଆସିବା କରିବେ ସେଥିରେ ଯେପରି ଅସୁବିଧା ନହୁଏ ସରକାର ଦୃଷ୍ଟି ଦେବେ । ଏପରିକି ଗାଇଡଲାଇନରେ କିଛିଟା କୋହଳ କରାଯିବ । ଯାହାର କୌଣସି ଆର୍ଥିକ ଆବଶ୍ୟକ ଅଛି ସେମାନଙ୍କୁ ସରକାର ବିନା ଅର୍ଥରେ ଗମନାଗମନର ସୁବିଧା ଯୋଗାଇ ଦେବେ ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଏବେ ବିଭିନ୍ନ ଜିଲ୍ଲାରେ କରୋନା ଓ ବନ୍ୟା ସ୍ଥିତି । ପ୍ରାୟ ୩୭୦୦୦ରୁ ୧୬ ହଜାର ପରୀକ୍ଷାର୍ଥୀ ଭୁବନେଶ୍ୱର-କଟକରେ ପରୀକ୍ଷା ଦେଇପାରନ୍ତି । କିଏ କେଉଁ ସ୍ଥାନରୁ ଆସିବ ତାହାର ଖବର ରଖିବା କଷ୍ଟକର । ସମୟ ମଧ୍ୟ କମ୍ ଅଛି । ଏଥିପାଇଁ  ସିଏମଡି ସଚିବଙ୍କୁ ଅବଗତ କରାଯାଇଛି । ଜିଲ୍ଲା ପ୍ରଶାସନ, ପୋଲିସ ଓ ପରିବହନ ସଚିବଙ୍କୁ ମଧ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହସହ ପରୀକ୍ଷାର୍ଥୀଙ୍କୁ ନୋଡାଲ ସେଣ୍ଟର ଅଧିକାରୀଙ୍କୁ ଫୋନ୍ କରି ଜଣାଇବାକୁ ସେ ଅନୁରୋଧ କରିଛନ୍ତି । ଯେପରି ପରୀକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବ । ସରକାର ପର୍ଯ୍ୟାପ୍ତ ପରିମାଣରେ ବସ୍ ଯୋଗାଇବେ । କୌଣସି ଦେୟ ଦେବାକୁ ପଡିବନି । ଏପରିକି ରହିବା ପାଇଁ ମଧ୍ୟ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ଏସଏମଡି  ସଚିବ ସଞ୍ଜୟ ସିଂ  କହିଛନ୍ତି ଯେ, ଜେଇଇ ମେନ୍ ୧ରୁ ୬ ସେପ୍ଟେମ୍ବରରେ ହେବ । ଏଥିପାଇଁ ୪ଟି ସହରରେ ୨୬ଟି ସେଣ୍ଟର ହୋଇଛି । ଏହି ସମୟରେ ପରୀକ୍ଷାର୍ଥୀଙ୍କ ଗମନାଗମନ ଉପରେ କୌଣସି କଟକଣା ରହିବ ନାହିଁ । ପ୍ରତ୍ୟେକ ଜିଲ୍ଲାର ଗୋଟିଏ ଲେଖାଏଁ ଆଇଆଇଟିକୁ ନୋଡାଲ ସେଣ୍ଟର ଭାବେ ଘୋଷଣା କରାଯାଇଛି । ଏହି ନୋଡାଲ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ନମ୍ବର ଜାରି କରାଯିବ । କୌଣସି ଅସୁବିଧା ହେଲେ ପରୀକ୍ଷାର୍ଥୀମାନେ ଏହି ନୋଡାଲ ସେଣ୍ଟରକୁ କଲ୍ କରି ଜଣାଇପାରିବେ । ଏହାପରେ ସରକାର ପଦକ୍ଷେପ ଗ୍ରହଣ କରିବେ । ସରକାରୀ ଓ ବେସରକାରୀ କଲେଜର ହଷ୍ଟେଲକୁ ପରୀକ୍ଷାର୍ଥୀମାନଙ୍କ ପାଇଁ ଖୋଲି ଦିଆଯାଇଛି । ପରୀକ୍ଷାର୍ଥୀଙ୍କୁ ସଦର ମହକୁମାରୁ ପରୀକ୍ଷା କେନ୍ଦ୍ରକୁ ନେବାଆଣିବା ଓ ଫେରିବା ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ଯେପରି କୌଣସି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ନରୁହନ୍ତୁ । ନିଟ୍ ପରୀକ୍ଷା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୩୭୦୦୦ରୁ ୧୬ ହଜାର ପରୀକ୍ଷାର୍ଥୀ ଭୁବନେଶ୍ୱର-କଟକରେ NEET-JEE ପରୀକ୍ଷା ଦେଇପାରନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×