Quantum Mirror

ଜାତୀୟ କ୍ରୀଡା ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ

ଜାତୀୟ କ୍ରୀଡା ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ

ଜାତୀୟ କ୍ରୀଡା ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ୨୦୧୯ ବର୍ଷ ପାଇଁ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୨ ଲକ୍ଷ ଟଙ୍କା ଅର୍ଥ ରାଶିରେ ପୁରସ୍କୃତ କରାଯାଇଛି। କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଶ୍ରେଷ୍ଠ କୋଚ୍ ଭାବେ ଚେସ କୋଚ୍ ସତ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କୃତ କରାଯାଇଛି। ହକି ଖେଳାଳୀ ଦୀପ ଗ୍ରେସ ଏକ୍କା ଙ୍କୁ life time achievement award ସ୍ୱରୂପ ୨ ଲକ୍ଷ ଟଙ୍କାର ପ୍ରଦାନ କରାଯାଇଛି। ପୂର୍ଣ୍ଣିମା ଗିରି ଓ ସବିତା ଗିରି ଙ୍କୁ ସାହସିକତା ପୁରସ୍କାର ଦିଆଗଲା। ପୁରସ୍କାର ରାଶି ସ୍ୱରୂପ ଉଭୟଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଆଜି ଲୋକ ସେବା ଭବନରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ଯୋଗେ ବାର୍ତ୍ତା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦିଲୀପ ତିର୍କି, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଉପସ୍ଥିତ ଥିଲେ।।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×