Quantum Mirror

ରିୟାଙ୍କ ପର୍ଯ୍ୟନ୍ତପହଞ୍ଚୁଥିଲା ଡ୍ରଗ୍ସ; କେମିତି: ସିବିଆଇକୁ ଜଣାଇଲେ ସିଦ୍ଧାର୍ଥ ପିଠାନି

ରିୟାଙ୍କ ପର୍ଯ୍ୟନ୍ତପହଞ୍ଚୁଥିଲା ଡ୍ରଗ୍ସ; କେମିତି: ସିବିଆଇକୁ ଜଣାଇଲେ ସିଦ୍ଧାର୍ଥ ପିଠାନି

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯାଞ୍ଚ କରୁଥିବା ସିବିଆଇ ଦଳକୁ ସିଦ୍ଧାର୍ଥ ପିଠାନି ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦେବା ଆରମ୍ଭ କରିଛି। ଯାହା ବିଷୟରେ କେହି ହେଲେ ପୂର୍ବରୁ ଜାଣି ନାହାନ୍ତି। ସୂତ୍ର ଅନୁଯାୟୀ ସୁଶାନ୍ତଙ୍କ ଫ୍ଲାଟମ୍ୟାଟ ସିଦ୍ଧାର୍ଥ ପିଠାନି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ନିକଟକୁ କେମିତ ଡ୍ରଗ୍ସ ପହଞ୍ଚୁଥିଲା ତାହା ସିବିଆଇ ଆଗରେ ଓଗାଳିଛନ୍ତି। ରିୟା ପର୍ଯ୍ୟନ୍ତ ଡ୍ରଗ୍ସ ପହଞ୍ଚାଇବାରେ କେଉଁ କେଉଁ ବ୍ୟକ୍ତି ସାହାଯ୍ୟ କରୁଥିଲେ ସେ ସବୁ ବିଷୟରେ ସିଦ୍ଧାର୍ଥ ପିଠାନି ସିବିଆଇକୁ କହିଛନ୍ତି।

ସୂତ୍ର ଅନୁଯାୟୀ ସିଦ୍ଧାର୍ଥ ପିଠାନି ଜେରା ସମୟରେ ସିବିଆଇକୁ କହିଛନ୍ତି ରିୟା ଚକ୍ରବର୍ତ୍ତୀ ସିଧାସଳଖ ଡ୍ରଗ୍ସ କାରବାରରେ ସଂପୃକ୍ତ ନଥିଲେ। ରିୟା ପରୋକ୍ଷ ଭାବେ ଡ୍ରଗ୍ସ ମାଫିଆଙ୍କ ଯୋଗାଯୋଗରେ ଥିଲେ, ଯେଉଁମାନଙ୍କ ବଲିଉଡରେ ଭଲ ସଂପର୍କ ରହିଛି ଏବଂ ଏହି ନେଟ୍‌ଓ୍ଵର୍କ ବିଷୟରେ ବେଶ ଭଲ ଭାବେ ଅବଗତ ଅଛନ୍ତି। ପିଠାନିଙ୍କ ଅନୁଯାୟୀ, ଗୌରବ ଆର୍ଯାଙ୍କୁ ଜେରା କଲେ ଅନେକ ଦିଗ ସ୍ପଷ୍ଟ ହୋଇଯିବ। ସୂତ୍ର ଅନୁଯାୟୀ ରିୟା ଚକ୍ରବର୍ତ୍ତୀ କେବେ ବି ସିଧାସଳଖ ଡ୍ରଗ୍ସ ଓ ମାରିୟୁଆନା କିଣୁନଥିଲେ ବରଂ ସେ ନିରଜ, ଦୀପେଶ, ସାମୁଏଲ ମିରାଣ୍ଡା ଓ କେଶବ ଆଦିଙ୍କ ଜରିଆରେ ଡ୍ରଗ୍ସ ମଗାଉଥିଲେ।

ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଗୋଆ ହୋଟେଲ ବ୍ୟବସାୟୀ ଗୌରବ ଆର୍ଯ୍ୟାଙ୍କୁ ସମନ ଜାରି କରି ପଚରାଉଚୁରା ପାଇଁ ଡକାଇଛି। ଗୌରବ ଆଜି ଅପରାହ୍ନ ୪ଟାରେ ମୁମ୍ଵାଇ ପହଞ୍ଚୁଛନ୍ତି। ସିବିଆଇ ସନ୍ଧ୍ୟାରେ ହିଁ ଗୌରବଙ୍କୁ ଜେରା କରିବ। ଏହି ପୂରା ପ୍ରକରଣରେ ସିବିଆଇର ଏକ ଟିମ୍‌ ଆଜି ଏନସିବିର ଟିମ୍‌ ସହ ସାକ୍ଷାତ କରିବାକୁ ଯାଉଛନ୍ତି। ଏହି ମାମଲାରେ ଡ୍ରଗ୍ସ ଦିଗ ମଧ୍ୟ ସାମ୍ନାକୁ ଆସିଛି ଏବଂ ରିୟାଙ୍କ ପରୋକ୍ଷ ଭାବେ ଏଥିରେ ସଂଶ୍ଳିଷ୍ଟ ଥିବା କଥା ଆସିବା ପରେ ସିବିଆଇ ତଦନ୍ତକୁ ଆହୁରି ତ୍ଵରାନ୍ଵିତ କରିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×