Quantum Mirror

ଜଳେଶ୍ୱରଥାନା ନିଲମ୍ବିତ ଆଇଆଇସି ଧନେଶ୍ୱରଙ୍କ କଳାଧନ ଠାବ : ୭ ସ୍ଥାନରେ ଭିଜିଲାନ୍ସର ଚଢ଼ାଉ, ମିଳିଲା କୋଟିଏରୁ ଉର୍ଧ୍ଵ ସମ୍ପତ୍ତି

ଜଳେଶ୍ୱରଥାନା ନିଲମ୍ବିତ ଆଇଆଇସି ଧନେଶ୍ୱରଙ୍କ କଳାଧନ ଠାବ : ୭ ସ୍ଥାନରେ ଭିଜିଲାନ୍ସର ଚଢ଼ାଉ, ମିଳିଲା କୋଟିଏରୁ ଉର୍ଧ୍ଵ ସମ୍ପତ୍ତି

ଆଇଆଇସି ଧନେଶ୍ୱରଙ୍କ ଧନର ଭଣ୍ଡାରର ପର୍ଦାଫାଶ କରିଛି ଭିଜିଲାନ୍ସ । ନିଶାମାଫିଆ ସହ ଲିଙ୍କ ଘଟଣା ପଦାକୁ ଆସିଲା ପରେ ଜଳେଶ୍ୱର ଥାନାର ନିଲମ୍ବିତ ଇନ୍ସପେକ୍ଟର ଧନେଶ୍ୱର ସାହୁଙ୍କ କଳା ଧନର ଭଣ୍ଡାର ଠାବ କରିଛି ଭିଜିଲାନ୍ସ ।ତେବେ ନିଶାବେପାରୀ ସହ ମୁଲଚାଲର ଡୀଲ ଅଡିଓ ଭାଇରାଲ ହେବା ଧନେଶ୍ୱରଙ୍କ ପାଇଁ ମହଙ୍ଗା ପଡିଲା । ଏଭଳି ଅଭିଯୋଗ କ୍ରମେ କିଛିଦିନ ତଳେ ପୋଲିସ ଡିଜି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ । ତେବେ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ଆଦେଶ ଅନୁଯାୟୀ ଭିଜିଲାନ୍ସ ଆଜି ତାଙ୍କଗ୍ରାମରେ ଥିବା ପୈତୃକ ବାସଗୃହ,ଭୁବନେଶ୍ୱର, କଟକ ସହ ତାଙ୍କର କେତେକ ସମ୍ପର୍କୀୟଙ୍କ ଘରେ ଛପା ମାରିଥିବା ଜଣାପଡିଛି । ଚଢ଼ଉବେଳେ ତାଙ୍କର ଘର,ଜମିବାଡ଼ି,ଫ୍ଲାଟ,ହୋଟେଲ,ସ୍କର୍ପିଓ ଗାଡି,ଦୁଇଚକିଆଗାଡି,ବ୍ୟାଙ୍କ ବାଲାନ୍ସ,ଇନ୍ସୁରାନ୍ସ ପଲିସି,ସୁନାରୁପା ଅଳଙ୍କାର ଇତ୍ୟାଦି ସ୍ଥାଵର ଓ ଅସ୍ଥାବର ସମ୍ପତ୍ତି ଠାବକରିଛି । ଏହାର ଆନୁମାନିକ ମୂଲ୍ୟ କୋଟିଏରୁ ଉର୍ଧ୍ଵ ବୋଲି ଭିଜିଲାନ୍ସ ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସବିଜ୍ଞପ୍ତି ଜରିଆରେ କୁହାଯାଇଛି । ଏଥିସହ ତାଙ୍କର ଆଉ କେଉଁ ପ୍ରକାରର ଆୟ ବହିର୍ଭୁତ ସମ୍ପତ୍ତି ରହିଛି ସେ ବାବଦରେ ଭିଜିଲାନ୍ସ ଅଧିକ ଖୋଳତାଡ଼ କରୁଥିବା ମଧ୍ୟ ଜଣାଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×