Quantum Mirror

ମସ୍କୋରେ ଭାରତ-ଚୀନ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ

ମସ୍କୋରେ ଭାରତ-ଚୀନ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ

ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହେଉଥିବାରୁ ଦେଶ ପୁଣି ଥରେ ଆଲୋଚନା ପାଇଁ ଏକାଠି ବସିଥିବା ଜଣା ପଡ଼ିଛି। ମସ୍କୋରେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଗି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଦୀର୍ଘ ୨ଘଣ୍ଟା ୨୦ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ଚୀନର ପ୍ରତିରକ୍ଷା ମନ୍ତ୍ରୀ ନିଜ ସୈନ୍ୟଙ୍କ ଭୁଲ ମାନିବା ପରିବର୍ତ୍ତେ ନିଜ ସୈନ୍ୟ ବଳ ବିଷୟରେ ଗର୍ବ କରିଥିବ‌ା ସାମ୍ନାକୁ ଆସିଛି। ଚୀନ୍ ସେନା କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

ବୈଠକରେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଗି ଗଲୱାନ ସଂଘର୍ଷ ପାଇଁ ଭାରତକୁ ଦାୟୀ କରିବା ସହ ବର୍ତ୍ତମାନ ସୀମାରେ ଉପୁଜିଥିବା ପରିସ୍ଥିତି ପାଇଁ ମଧ୍ୟ ଭାରତ ଦାୟୀ ବୋଲି କହିଥିଲେ। ଏହା ସହ ବ୍ରିଗେଡ କମାଣ୍ଡରସ୍ତରୀୟ ବୈଠକରେ ନିଆଯାଇଥିବା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ଭାରତ ମାନିବା ଦରକାର ବୋଲି କହିଥିଲେ। ତେବେ ଭାରତକୁ ନିଷ୍ପତ୍ତିକୁ ମାନିବାକୁ କହୁଥିବା ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ନିଜ ସୈନ୍ୟଙ୍କ କିଛି ଭୁଲ ଥିବା କଥା ସ୍ବିକାର କରିବ‌ାକୁ ମନା କରି ଦେଇଥିବା ଜଣା ପଡ଼ିଛି।

ଏହା ସହ ଭାରତ ଏବଂ ଚୀନ୍ ସୀମାରେ ବର୍ତ୍ତମାନର ତିକ୍ତତାର କାରଣ କ’ଣ ଏବଂ କ’ଣ ସତ, ତାହା ସ୍ପଷ୍ଟ ଏବଂ ଏହା ଭାରତର ଦାୟିତ୍ବ ଅଟେ । ଚୀନ୍ ନିଜର ଭୂମି ହରାଇ ପାରିବ ନାହିଁ ଏବଂ ଚୀନ୍‌ର ସୈନ୍ୟବାହିନୀ ଏହାର ଜାତୀୟ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଉତ୍ସର୍ଗୀକୃତ ବୋଲି ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ତେବେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଗିଙ୍କ କଥା ସୁଣି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ, ଚୀନ୍ ଏକ ଦାୟିତ୍ବପୂର୍ଣ୍ଣ ରାଷ୍ଟ୍ର ଭଳି ମନୋଭାବ ଦେଖାଇବ ଏବଂ ଲଦାଖରେ ଅବସ୍ଥାପିତ ସେନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ନେବ ବୋଲି ମୁଁ ଆଶା କରୁଛି। ବର୍ତ୍ତମାନ ପରିସ୍ଥିତିରେ ଉଭୟ ଦେଶ ପାଇଁ ସୀମାରେ ଶାନ୍ତି ଏବଂ ଆରାମଦାୟକ ପରିବେଶର ଆବଶ୍ୟକତା ରହିଛି। କଥାବାର୍ତ୍ତା ମାଧ୍ୟମରେ ସ୍ଥିତି ବିଷୟରେ ଶାନ୍ତିପୂର୍ଣ୍ଣଭାବେ ଆଲୋଚନା କରି ଆମକୁ ଏହି ସମସ୍ୟାର ସମାଧାନ କରିବାକୁ ହେବ। ଚୀନ ଏ ନେଇ ଆମକୁ ସହଯୋଗ କରିବା ଦରକାର।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×