Quantum Mirror

ବୁର୍ଲାରେ ହେବ ୧୦୦ ବେଡ଼ ବିଶିଷ୍ଟ କରୋନା ୱାର୍ଡ଼

ବୁର୍ଲାରେ ହେବ ୧୦୦ ବେଡ଼ ବିଶିଷ୍ଟ କରୋନା ୱାର୍ଡ଼

ଏକ ଦିନିକିଆ ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମ୍ବଲପୁର ଯାଇଥିଲେ ଏବଂ ବୁର୍ଲା ମେଡ଼ିକାଲରେ କୋଭିଡ଼ ପରିଚାଳନା ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଉକ୍ତ ବୈଠକ ପରେ ଭୀମସାର ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ ବୁର୍ଲା ମେଡ଼ିକାଲରେ ନିର୍ମିତ ହେବ ୧୦୦ ବେଡ଼ ବିଶିଷ୍ଟ କରୋନା ୱାର୍ଡ। ଯେଁଉଠାରେ କି କରୋନା ରୋଗୀଙ୍କ ପାଇଁ ୧୫ଟି ଆଇସିୟୁର ବ୍ୟବସ୍ଥା ହେବ । ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨୦୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦୩୩୧ ଜଣ ସୁସ୍ଥ ହୋଇଛନ୍ତି ଓ ୫୩୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଆଜି ସମ୍ବଲପୁରରୁ ୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×