Quantum Mirror

ଗୋପାଳପୁରରେ ନିର୍ମାଣ ହେବ ମାଛଧରା ବନ୍ଦର, ବ୍ୟୟ ହେବ ୪୫୦ କୋଟି

ଗୋପାଳପୁରରେ ନିର୍ମାଣ ହେବ ମାଛଧରା ବନ୍ଦର, ବ୍ୟୟ ହେବ ୪୫୦ କୋଟି

ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟ କରି ଗୋପାଳପୁରରେ ମାଛଧରା ବନ୍ଦର ପ୍ରତିଷ୍ଠା କରାଯିବ ଏଭଳି ଯୋଜନାକୁ ଆଗେଇବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି

ଆଗାମୀ ଦିନରେ ଗୋପାଳପୁର ବନ୍ଦରକୁ ନୋଫିସିଂ ଜୋନ୍ଘୋଷଣା କରାଯିବ। ଅର୍ଥାତ୍ଗୋପାଳପୁର ବନ୍ଦରକୁ ଆଉ ମାଛ ଧରା କାର୍ଯ୍ୟ ପାଇଁ ବ୍ୟବହାର କରାଯିବ ନାହିଁ। ଗୋପାଳପୁର ବନ୍ଦରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ନୋଫିସିଂ ଜୋନ୍ଘୋଷଣା କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ମାଛଧରା ପାଇଁ ଗୋପାଳପୁରରେ ବିକଳ୍ପ ସ୍ଥାନ ନେଇ ବିଚାର ବିମର୍ଷ ଚଳାଇଛନ୍ତି

ରାଜ୍ୟ ସରକାର ଯୋଜନା କରିଛନ୍ତି, ଗୋପାଳପୁର ବନ୍ଦର ବଦଳରେ ମାଛ ଧରା ପାଇଁ ଏକ ବିକଳ୍ପ ବନ୍ଦର କରାଯିବ। ଏହି ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ନେଇ ବିଚାର ବିମର୍ଷ ଚାଲିଛି। ତେବେ ନୂତନ ବନ୍ଦରରେ ଏକ ଜେଟି ରହିବ। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଏହି ଜେଟି ନିର୍ମାଣ ହେବ

ଆସନ୍ତା ୨୦୨୧ ଜୁନ୍ସୁଦ୍ଧା ମାଛଧରା ବୋଟ୍ଚଳାଚଳ କରିପାରିବ। ଗୋପାଳପୁର ବନ୍ଦରର ବିକାଶ ନେଇ ନିକଟରେ ଅନୁଷ୍ଠିିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏସବୁ ପ୍ରସ୍ତାବ ଉପରେ ଆଲୋଚେନା ହୋଇଛି। ଗୋପାଳପୁରରେ ସ୍ୱତନ୍ତ୍ର ମାଛଧରା ବନ୍ଦରା ନିର୍ମାଣ ପ୍ରସ୍ତାବ ଉପରେ ମତ୍ସ୍ୟ ପଶୁ ସମ୍ପଦ ବିଭାଗକୁ କାର୍ଯ୍ୟ କରିବା ପାଇଁ କୁହାଯାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×