Quantum Mirror

ସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛି ବିଏମସି

ସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛି ବିଏମସି

ଭୁବନେଶ୍ୱରରେ ଗଞ୍ଜାମର ମଡ଼େଲ। ସମ୍ପର୍କ ଅଭିଯାନ ମାଧ୍ୟ୍ୟମରେ ଏହାର ଶୁଭାରମ୍ଭ କରିଛି ବିଏମସି। ଆଜି ବରମୁଣ୍ଡର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ପ୍ରଥମ ବୈଠକ ବସିଥିଲା। ଗଞ୍ଜାମରେ ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଖୋର୍ଦ୍ଧାରେ ବଢ଼ିବାରେ ଲାଗିଛି। ସମ୍ପର୍କ ଅଭିଯାନ ମାଧ୍ୟମରେ ସାଧାରଣ ଲୋକଙ୍କ ସହ ସମ୍ପର୍କକୁ ନିବିଡ କରି ଅଧିକ ସଚେତନ କରାଇବାକୁ ବିଏମସି ପ୍ରୟାସ କରିଛି। ବୈଠକର ଲକ୍ଷ୍ୟ ହେଉଛି ମହାମାରୀ ସମ୍ପର୍କରେ ସଚେତନ କରାଇବା, ମହାମାରୀ ନିୟମାବଳୀକୁ ବୁଝାଇବା, ଏହାଛଡା ଲୋକମାନେ ବିଏମସି ଠାରୁ କି ପ୍ରକାରର ସହଯୋଗ ଚାହୁଁଛନ୍ତି ଏବଂ ବିଏମସିର ଦୋଷତୃଟି କଣ ରହିଛି ସେ ସମ୍ପର୍କରେ ବିଏମସିକୁ ଜଣାଇବା। ବୈଠକରେ ବିଏମସି ଦକ୍ଷିଣ ପୂର୍ବ ଡେପୁଟି କମିଶନର ରବିନାରାୟଣ ଜେଠି, ବରିଷ୍ଠ ନାଗରିକ, ଯୁବ ବର୍ଗ, ପୂଜା କମିଟି, ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା,ସମାଜସେବୀ, ମାର୍କେଟ ସଂଘ, ଆବାସିକ କଲ୍ୟାଣ ସଂଘ ଗୁଡିକୁ ଯୋଗ ଦେଇଥିଲେ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×