Quantum Mirror

ଟିଭି ପରେ ରେଡ଼ିଓ ରେ ପାଠ ପଢିବେ ପିଲା

ଟିଭି ପରେ ରେଡ଼ିଓ ରେ ପାଠ ପଢିବେ ପିଲା

ଟିଭି ପରେ ରେଡ଼ିଓ ରେ ପାଠ ପଢିବେ ପିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରେଡ଼ିଓ ମାଧ୍ୟମରେ ପାଠପଢ଼ା ନେଇ ବ୍ୟବସ୍ଥା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଙ୍କ ସୂଚନା। ‘ଜୀ ଓଡ଼ିଶା ଲାଇଭ୍ କ୍ଲାସ’କୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ। ରିମୋଟ୍ ଅଂଚଳରେ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଖରେ ପାଠପଢ଼ା ପହଂଚାଇବା ପାଇଁ ବିଭାଗୀୟ ସ୍ତରରେ ବୈଠକ ବସି ଏହି ଉଦ୍ୟମ ଗ୍ରହଣ କରାଯାଉଥିବା ସେ କହିଛନ୍ତି। ପୂର୍ବରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦୂରଦର୍ଶନରେ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଆଜି ଠାରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆରମ୍ଭ ହୋଇଛି। ଜୀ ଓଡ଼ିଶା ପକ୍ଷରୁ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଇଭ କ୍ଲାସ୍ ର ଆୟୋଜନ କରାଯାଇଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×