Quantum Mirror

କଙ୍ଗନାଙ୍କ ସୁରକ୍ଷା ଦାୟିତ୍ୱରେ ୧୧ ସଶସ୍ତ୍ର ପୁଲିସ୍

କଙ୍ଗନାଙ୍କ ସୁରକ୍ଷା ଦାୟିତ୍ୱରେ ୧୧ ସଶସ୍ତ୍ର ପୁଲିସ୍

ସେପ୍ଟେମ୍ବର ୯ରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ତାଙ୍କୁ ୱାଇ-ପ୍ଲସ୍ ବର୍ଗର ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଶିବସେନା ନେତା ସଞ୍ଜୟ ରାଉତଙ୍କ ସହିତ କଙ୍ଗନାଙ୍କ କଥା କଟାକଟି ପରିପ୍ରେକ୍ଷୀରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନ୍ୟୁଜ୍ ଏଜେନ୍ସୀ ପିଟିଆଇର ସୂଚନା ଅନୁସାରେ, ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଡ୍ରଗ୍ସ ବ୍ୟବହାର କରୁଛନ୍ତି ବୋଲି କଙ୍ଗନା ମନ୍ତବ୍ୟ ଦେବା ପରେ ତାଙ୍କ ଜୀବନପ୍ରତି ବିପଦ ଥିବା ସୂଚନା ଆସିଛି। ଏହା ଆଧାରରେ ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି।

ୱାଇ-ପ୍ଲସ୍ ବର୍ଗର ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ମୋଟ ୧୧ ଜଣ ସଶସ୍ତ୍ର ପୁଲିସ୍‌ କର୍ମଚାରୀ କଙ୍ଗନାଙ୍କ ସୁରକ୍ଷାରେ ନିୟୋଜିତ ହେବେ। ତିନୋଟି ଶିଫ୍ଟରେ ଏହି ସୁରକ୍ଷାକର୍ମୀମାନେ କାମ କରିବେ। ଦୁଇରୁ ତିନି ଜଣ ସଦାବେଳେ ତାଙ୍କ ସହିତ ରହିବେ। ସେହିପରି ଜଣେ ତାଙ୍କ ଘରେ ସର୍ବଦା ମୁତୟନ ରହିବେ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×