Quantum Mirror

ଡ୍ରଗ୍ସ ଲିଙ୍କ୍ ନେଇ ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ

ଡ୍ରଗ୍ସ ଲିଙ୍କ୍ ନେଇ ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ଏନସିବି ଟିମ ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି ।  ଡ୍ରଗ୍ସ କାରବାର ଲିଙ୍କରେ ରିଆଙ୍କୁ କରାଯାଇଛି । ଏନେଇ ଗତ ୩ ଦିନ ହେବ ରିଆଙ୍କୁ ଏନସିବି ପଚରାଉଚରା କରୁଥିଲା । ତେବେ ଆଜି ଜେରା ସମୟରେ ରିୟା ଡ୍ରଗ୍ସ ନିଅନ୍ତି ବୋଲି ସ୍ୱୀକାର ମଧ୍ୟ କରିଛନ୍ତି ।

ରବିବାର ଦିନ ଛଅ ଘଣ୍ଟା ଏବଂ ସୋମବାର ଆଠ ଘଣ୍ଟା ପାଇଁ ରିୟାଙ୍କୁ ଏନସିବି ପଚରାଉଚରା କରିଥିଲା। ଆଜି ତୃତୀୟ ଦିନରେ ରିୟାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକ ଏବଂ ଅଭିନେତା ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ସାମୁଏଲ ଙ୍କୁ ଗିରଫ କରିଛି ଏନସିବି।

ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ତିବା ନେଇ  ରିୟା, ସାମୁଏଲ ଓ ସୌଭିକଙ୍କ ବିରୋଧରେ ଅଭିଯୋଗ ଥିଲା। ଯାହାପରେ ଏନସିବି ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ୯ ଜଣ ଗିରଫ ହୋଇସାରିଲେଣି।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×