Quantum Mirror

ନିଟ୍‌ ପରୀକ୍ଷା ପାଇଁ BMCର ପ୍ରସ୍ତୁତି, ରାଜଧାନୀର ୩୧ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ପିଲା, ୫ଟି ଇଞ୍ଜିନିୟରି କଲେଜରେ ଛାତ୍ରଛାତ୍ରୀଙ୍କ ରହିବା ଲାଗି ହୋଇଛି ସୁବିଧା

ନିଟ୍‌ ପରୀକ୍ଷା ପାଇଁ BMCର ପ୍ରସ୍ତୁତି, ରାଜଧାନୀର ୩୧ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ପିଲା, ୫ଟି ଇଞ୍ଜିନିୟରି କଲେଜରେ ଛାତ୍ରଛାତ୍ରୀଙ୍କ ରହିବା ଲାଗି ହୋଇଛି ସୁବିଧା

ସେପ୍ଟେମ୍ବର 13 ତାରିଖରେ ହେବାକୁ ଥିବା NEET ପରୀକ୍ଷା ପାଇଁ ଭୁବନେଶ୍ବର ମହାନଗର ନିଗମ ଓ NEET ସଂଯୋଜକଙ୍କ ସହ ଆଲୋଚନା ଚାଲିଛି। ରାଜ୍ୟ ସରକାର ଭଲ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଂଯୋଜକ ପଲି ପଟ୍ଟନାୟକ କହିଛନ୍ତି। ପରୀକ୍ଷାର୍ଥୀଙ୍କ ଯାତାୟତଠାରୁ ରହିବ ବ୍ୟବସ୍ଥା ଭଲ ଭାବେ ହୋଇଥିବା ସେ ସୂଚନା ଦେଇଛନ୍ତି। ଶନିବାରରୁ ପରୀକ୍ଷା ଦେବା ପାଇଁ ବସରେ ପରୀକ୍ଷାର୍ଥୀ ଆସିବେ। ରବିବାର ଅପରାହ୍ନ 2ଟା ରୁ 5 ଟା ରେ ପରୀକ୍ଷା ଦେଇ ଫେରିଯିବେ। ପରୀକ୍ଷା କେନ୍ଦ୍ରକୁ 12.30ରୁ ପ୍ରବେଶ ଆରମ୍ଭ ହେବ। କେନ୍ଦ୍ର ଗୁଡ଼ିକୁ ଭଲ ଭାବେ ବିଶୋଧନ ମଧ୍ୟ କରାଯାଉଛି ।

NEET ପରୀକ୍ଷାର୍ଥୀଙ୍କ ରହିବା ପାଇଁ ଯେଉଁ ସବୁ ସ୍ଥାନରେ ବ୍ୟବସ୍ଥା ହୋଇଛି, ସେଠାରେ ଏକ ଡାକ୍ତରୀ ଟିମ ନିୟୋଜିତ କରାଯିବ। ଭୁବନେଶ୍ବରର 31ଟି ପରୀକ୍ଷା କେନ୍ଦ୍ରରେ 15ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। 1300 ଜଣ ସରକାରୀ ସୁବିଧା ପାଇଁ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା କେନ୍ଦ୍ର ବାହାରେ ମାଇକ ଦ୍ୱାରା ଗହଳି ନ କରିବାକୁ ନିବେଦନ କରାଯିବ। ZDC ଓ ସ୍ଥାନୀୟ ପୋଲିସ ପକ୍ଷରୁ ଗହଳି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି। JEE ପରୀକ୍ଷାର୍ଥୀଙ୍କ ପରି NEET ପରୀକ୍ଷାର୍ଥୀଙ୍କ ବି thermal scanning ହେବ। ଏଯାଏଁ କୌଣସି ପରୀକ୍ଷାର୍ଥୀଙ୍କ କୋଭିଡ ଲକ୍ଷଣ ଦେଖାଯାଇ ନ ଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି ।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×