Quantum Mirror

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବାହ୍ନ ସାଢ଼େ ୧୧ଟାରେ ଅନୁଷ୍ଠିତ ହେବ। ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ 3 ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର l କେତେକ ଚିଠା ବିଲ୍ ପ୍ରସ୍ତାବକୁ ଅନୁମୋଦନ ଓ ଅଧ୍ୟାଦେଶକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।
ଅନଲାଇନରେ ହେବାକୁ ଥିବା ଏହି କ୍ୟାବିନେଟ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଅବଗତ କରାଯିବା ସହ ଉପସ୍ଥିତ ରହିବା ନିମନ୍ତେ  ନିର୍ଦ୍ଦେଶ ଦିଆଯାଇଛି। ୨୯ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ସରକାର କେତେକ ବିଲକୁ ଗୃହୀତ କରାଇ ନେବା ନେଇ କ୍ୟାବିନେଟରେ ହୋଇପାରେ ନିଷ୍ପତି । ଆଜି କ୍ୟାବିନେଟ ବୈଠକରେ ଏସବୁ ଚିଠା ବିଲକୁ ଅନୁମୋଦନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×