ନୂଆଦିଲ୍ଲୀ: କରୋନା ଭାଇରସ୍ରେ କେବଳ ସାଧାରଣ ଜନତା ଆକ୍ରାନ୍ତ ହେଉ ନାହାନ୍ତି ବରଂ କରୋନା ରାଜନେତାଙ୍କୁ ମଧ୍ୟ ଶିକାର କରୁଛି। ଏହି କ୍ରମରେ କେନ୍ଦ୍ର ସଡକ ପରିବନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ମୌସୁମି ଅଧିବେଶନର ପ୍ରଥମ ଦିନରେ ପ୍ରାୟ ୩୦ ସାଂସଦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।
କେନ୍ଦ୍ର ମନ୍ତ୍ରୀ ନିଜକୁ ଅଲଗା କରିବା ସହ ଯେଉଁ ଲୋକ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମଧ୍ୟ ନିଜର ପରୀକ୍ଷା କରାଇ ଯତ୍ନ ନେବାକୁ କହିଛନ୍ତି। ସେ ଟ୍ଵିଟ୍ କରି କହିଛନ୍ତି ସୋମବାର ଦୁର୍ବଳ ଅନୁଭବ ହେବାରୁ ଗଡକରୀ ସ୍ଵାସ୍ଥ୍ୟକୁ ନେଇ ଡାକ୍ତରଙ୍କ ସହ କଥା ହୋଇଥିଲେ। ପରୀକ୍ଷଣ ପରେ ସେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।
Yesterday, I was feeling weak and consulted my Doctor. During the course of my check up, I have been tested COVID 19 positive. I am at present doing well with the blessings and good wishes of all. I have isolated myself.
— Nitin Gadkari (@nitin_gadkari) September 16, 2020