କରୋନା ନେଲା ୯ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୭୧୦ରେ ପହଞ୍ଚିଛି
କରୋନା ନେଲା ୯ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୭୧୦ରେ ପହଞ୍ଚିଛି
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ବାଲେଶ୍ୱରର ଜଣେ ୪୮ ବର୍ଷୀୟ ପୁରୁଷ, ଜଗତସିଂହପୁରର ୩୦ ବର୍ଷୀୟ ମହିଳା, କନ୍ଧମାଳର ୫୪ ବର୍ଷୀୟ ପୁରୁଷ ସାମିଲ ଅଛନ୍ତି । ଏହା ସହିତ କେନ୍ଦୁଝରର ୫୯ ଓ ୩୮ ବର୍ଷୀୟ ପୁରୁଷ, ଖୋର୍ଧାର ୯୦ ବର୍ଷୀୟ ବୃଦ୍ଧ, ମୟୁରଭଞ୍ଜର ୭୪ ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ ୨୯ ବର୍ଷୀୟ ଯୁବକ ଏବଂ ନୟାଗଡର ୫୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ଏବେ ମୋଟ ମୃତ୍ୟୁସଂଖ୍ୟା ୭୧୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Regret to inform of the demise of nine Covid positive patients while under treatment in hospitals.
1.A 48 year old male of Balasore district.
2.A 30 year old female of Jagatsinghpur district who was also suffering from Myesthenia gravis.
— H & FW Dept Odisha (@HFWOdisha) September 21, 2020