Quantum Mirror

ଡ୍ରିମ୧୧ ଆଇପିଏଲ : ଆଜି ରୟାଲ୍ ଚାଲେଞ୍ଜର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ

ଡ୍ରିମ୧୧ ଆଇପିଏଲ : ଆଜି ରୟାଲ୍ ଚାଲେଞ୍ଜର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ: ଡ୍ରିମ୧୧ ଆଇପିଏଲରେ ଆଜି ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ।

ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁର ଅଧିନାୟକତ୍ୱ ସମ୍ଭାଳୁଥିବା କ୍ୟାପଟେନ୍ କୋହଲିଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି। ତାଙ୍କ ସହିତ ଏବି ଡିଭିଲର୍ସ ଓ ଆରୋନ୍ ଫିଞ୍ଚ୍ ମଧ୍ୟ ଦଳ ପାଇଁ ଟ୍ରମ୍ପ କାର୍ଡ ସାଜିବେ।

ଅନ୍ୟପଟେ ଡେଭିଡ୍ ୱାର୍ନରଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ପୁଣିଥରେ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି। ଦଳ ପ୍ରଥମ ମ୍ୟାଚରୁ ଦମଦାର ପ୍ରଦର୍ଶନ କରିବା ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଆଶା ରଖିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×