Quantum Mirror

ଆଜିଠୁ ବିଧାନସଭା ପରିସରରେ ବିଧାୟକମାନଙ୍କର ହେବ କରୋନା ପରୀକ୍ଷା

ଆଜିଠୁ ବିଧାନସଭା ପରିସରରେ ବିଧାୟକମାନଙ୍କର ହେବ କରୋନା ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଯେହେତୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନ ପୂର୍ବରୁ ଯୋଗ ଦେବାକୁ ଥିବା ସମସ୍ତିଙ୍କର କରୋନା ପରୀକ୍ଷା କରାଯିବ।

ବିଏମସିର ତତ୍ତ୍ୱାବଧାନରେ ଏହି ଟେଷ୍ଟିଂ ପକ୍ରିୟା ଆରମ୍ଭ ହେବ। ଅଧିବେଶନରେ ଯୋଗ ଦେବାକୁ ଥିବା ସମସ୍ତ ବିଧାୟକ ଏହି ଟେଷ୍ଟ କରିବା ବାଧ୍ୟତାମୂଳକ। ଏହି ଟେଷ୍ଟରେ ଯେଉଁ ବିଧାୟକମାନଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବେ ସେମାନେ ବିଧାନସଭା ଅଧିବେଶନରେ ଯୋଗଦେବେ। ପଜିଟିଭ୍ ଥିବା ବିଧାୟକମାନଙ୍କୁ ଅଧିବେଶନରୁ ବାଦ୍ ଦିଆଯିବ।

ଏହାପୂର୍ବରୁ ଆଜିଠୁ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯିବ।  ତିନିଦିନ ଧରି ବିଧାନସଭା ପରିସରରେ ଚାଲିବ କରୋନା ଟେଷ୍ଟ । ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ ଓ ବିଧାନସଭା କର୍ମଚାରୀଙ୍କ ହେବ ପରୀକ୍ଷା ।  କରୋନା ପରୀକ୍ଷା ପାଇଁ ୭ଟି ଟିମ୍ ଗଠନ କରାଯାଇଛି ।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×