Quantum Mirror

ମୌସୁମୀ ଅଧିବେଶନ ପୂର୍ବରୁ ୧୪ ବିଧାୟକ, ମନ୍ତ୍ରୀ କୋଭିଡ୍ ପଜିଟିଭ୍

ମୌସୁମୀ ଅଧିବେଶନ ପୂର୍ବରୁ ୧୪ ବିଧାୟକ, ମନ୍ତ୍ରୀ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର:ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ମହାମାରୀ କରୋନା କବଳରେ ରାଜ୍ୟର ୧୪ ଜଣ ବିଧାୟକ ଓ ମନ୍ତ୍ରୀ। ଗତକାଲି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳ ମଲ୍ଲିକ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ଆଜି ଆଉ ୧୨ ଜଣ ନେତା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ପଦ୍ମିନୀ ଦିଆନ୍, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଅଶୋକ ବଳ, ଭାଗୀରଥୀ ସେଠୀ, ସୁଶାନ୍ତ ବେହେରା, ନାଉରୀ ନାୟକ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି । କାଲି ୭୮ ବିଧାୟକଙ୍କ ସମେତ ୨୬୦ ଜଣଙ୍କର କୋଭିଡ ଟେଷ୍ଟ ହୋଇଥିଲା । କାଲି ପ୍ରମୀଳା ମଲ୍ଲିକ ଓ ଦେବୀ ମିଶ୍ର କରୋନା ପଜିଟିଭ୍ ହୋଇଥିଲେ ।

ଆସନ୍ତାକାଲିଠୁ କରୋନା ଗାଇଡଲାଇନ୍ ସହ ବିଧାନସଭାର ମୌସୁମୀ ଅଧିବେଶନ ବସୁଛି। ଏଥିରେ କେବଳ ନେଗେଟିଭ୍ ଥିବା ବିଧାୟକ ଓ କର୍ମଚାରୀମାନେ ଭାଗ ନେବେ। ଯେଉଁ ବିଧାୟକମାନେ ଚାହିଁବେ ସେମାନେ ନିଜ ଘରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଯୋଡ଼ିପାରିବେ ବୋଲି କୁହାଯାଇଛି।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×