Quantum Mirror

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ ତାରିଖରୁ ଖୋଲିବ ନନ୍ଦନକାନନ। ଲୋକମାନେ ପୁଣି ପ୍ରାଣୀ ଉଦ୍ୟାନ ବୁଲି ପଶୁପକ୍ଷୀଙ୍କୁ ଦେଖିପାରିବେ। ଏନେଇ ଆଜି ନନ୍ଦନକାନନର ଉପନିର୍ଦ୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନନ୍ଦନକାନନ ସହିତ ଏହା ପାଖରେ ଥିବା ବୋଟାନିକାଲ୍ ପାର୍କ ମଧ୍ୟ ଜନସାଧାରଣଙ୍କ ପାଇଁ ଖୋଲିବ। ଏହି ଦୁଇ ଉଦ୍ୟାନ ଖୋଲିବାକୁ ଆଜି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। କରୋନା ଓ ଲକଡାଉନ୍ କାରଣରୁ ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ନନ୍ଦନକାନନ ବନ୍ଦ ରହିଥିଲା। ଲୋକମାନଙ୍କୁ ଏହା ଭିତରକୁ ପ୍ରବେଶ କରିବା ବନ୍ଦ କରାଯାଇଥିଲା। ଏବେ ଏହା ପୁଣିଥରେ ଖୋଲିବା ସହିତ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଆଶା ରଖାଯାଇଛି।

ପର୍ଯ୍ୟଟକମାନେ ମାସ୍କ ଓ କରୋନା ଗାଇଡଲାଇନ୍ ପାଳନ କରି ନନ୍ଦନକାନନ ଆସିବେ। ଏଥିସହିତ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ୍ ଗାଇଡଲାଇନ୍ ମଧ୍ୟ ପାଳନ କରାଯିବ ବୋଲି ସୂଚନା ମିଳିଛି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×