କଳାହାଣ୍ଡି: ମହୁମାଛି ଆକ୍ରମଣରେ ୭ ଜଣ ଯୁବକ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ୨ଜଣ ଗୁରୁତର ହୋଇ ପଡିଥିବା ବେଳ ଜଣଙ୍କୁ ଭବାନୀପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ଅନ୍ୟ ଚାରିଜଣ ସାମାନ୍ୟ ଆହତ ହୋଇଛନ୍ତି।କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଦୁର୍ଗମ କୁଲାନାଳ ଗାଁର ଲୋକେ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଥାନ୍ତି।ଗାଁର ଦଶ ଜଣ ବ୍ୟକ୍ତି ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ହଠାତ ଏକ ମହୁମାଛି ବସା ସଂସ୍ପର୍ଶରେ ଆସିଯାଇଥିଲେ।ସଂଘବନ୍ଧ ଭାବେ ଆକ୍ରମଣ କରିବାକୁ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଘାସି ମାଝୀ ଓ ଡମେ ମାଝୀ ଦୁଇ ଭାଇଙ୍କ ମୃତ୍ୟୁ ହୋଇ ଯାଇଥିଲା। ସେହିପରି ଗାଁର ନାରନ ମାଝୀ ଓ କବି ମାଝୀ ଗୁରୁତର ଥିବା ବେଳେ କବିଙ୍କ ଝାଡା, ପରିଶ୍ରା ନହେବା ଯୋଗୁଁ ଭବାନୀପାଟଣା ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।