ମେଷ: ଆପଣଙ୍କର କୌଣସି ପ୍ରକାର ସହଯୋଗ ଆବଶ୍ୟକ ହେଲେ ଆପଣଙ୍କର ମିତ୍ର ଏବଂ ସମ୍ପର୍କିୟ ସାହାଯ୍ୟ କରିବେ । ନିଜ ଲୋକଙ୍କର ସାହାଯ୍ୟରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ ।
ବୃଷ: ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ । ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ, ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ ।
ମିଥୁନ: ଆଜି ଆପଣଙ୍କୁ ଆପଣଙ୍କର କୌଣସି ନିକଟର ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ । ଏମିତି କୌଣସି ବସ୍ତୁ ଆପଣଙ୍କୁ ମିଳିପାରେ ଯାହା ଆପଣ କିଣିବାକୁ ଚାହୁଁ ନଥିବେ
କର୍କଟ: ଆଜି ଆପଣ ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ଆଜି ଆପଣ ପୁରୁଣା ବନ୍ଧୁଙ୍କ ସହିତ ପୁରୁଣା ସ୍ମୃତି ସବୁମନେ ପକାଇପାରନ୍ତି ।
ସିଂହ: ଆପଣଙ୍କ ଦୃଢ଼ତା ଏବଂ ଧୌର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।
କନ୍ୟା: ଆଜି ଆପଣ କାହା ଉପରେ ନିର୍ଭର କରୁଛନ୍ତି । ଆପଣ ସମସ୍ତଙ୍କୁ ବିଶ୍ୱାସ ବହୁତ ଶିଘ୍ର କରିନିଅନ୍ତି ।ଏହି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରନ୍ତୁ ନହେଲେ ଏହି ଅଭ୍ୟାସ ପାଇଁ ଆପଣ ପଛରେ ହଇରାଣରେ ପଡ଼ିବେ ।
ତୁଳା: ସପ୍ତାହରୁ ଚାଲି ଆସୁଥିବା ଯୁକ୍ତି ଏବଂ ଚିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚେ଼ଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।
ବିଛା: ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି ।ଭଲ ଭାବରେ ବୁଝିବିଚାରି କାମ କରନ୍ତୁ ଏବଂ ନିଜର ବିଚାରକୁ ଷ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ ।
ଧନୁ: କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । କିନ୍ତୁ ଆପଣଙ୍କ ଚାହିଁବା ମୁତାବେକେ ଏମିତି ହୋଇପାରୁ ନାହିଁ । ବୋଧହୁଏ ତାଙ୍କୁ ଅଧିକ ସମୟ ଲାଗିବ
ମକର: ଆପଣଙ୍କ ନିଜ ପୁରୁଣା ବନ୍ଧୁ ଫେରି ପାରନ୍ତି କିନ୍ତୁ ସେଥିପାଇଁ ଆପଣଙ୍କୁ ପ୍ରଥମ ପାଦ ବଢାଇବାକୁ ପଡିବ । ଆପଣଙ୍କୁ ଏହି ରାଗିଥିବା ବନ୍ଧୁ ପାଖକୁ ଖବର ପଠାଇବା ପାଇଁ ଆପଣଙ୍କୁ ଆପଣଙ୍କର ମନ ଏବଂ ମସ୍ତିସ୍କ ଦ୍ୱାରା ସାହାଯ୍ୟ ମିଳିବ ।
କୁମ୍ଭ: ଆଜି ନିଜ ଲୋକମାନଙ୍କ ସହିତ ମିଶି ଭବିଷ୍ୟତର ଯୋଜନା ଖସଡା ପ୍ରସ୍ତୁତ କରିବାର ସମ୍ଭାବନା ହୋଇପାରେ । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ
ମୀନ: ଭଲ ବନ୍ଧୁ ଆପଣଙ୍କୁ ଠିକ ଉତ୍ତର ଦେବ । ନିଜର ଜୀବନ ଶୈଳି ପରିବର୍ତ୍ତନ ପାଇଁ ବନ୍ଧୁ ମାନଙ୍କର ସହିତ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ଠାରୁ ସକାରତ୍ମକ ଉତ୍ତର ନିଅନ୍ତୁ ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |